ବିନା ସୂଚନା ଫଳକରେ ଚାଲିଛି କାମ, ଦ୍ଵନ୍ଦରେ ଅଞ୍ଚଳବାସୀ

ଦାରିଙ୍ଗବାଡି,୩/୯(ତରଣୀ ସାହୁ): ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ମୁଖ୍ୟ ଫାଟକ ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ନାହିଁ ସୂଚନା ଫଳକ । ଠିକାଦାର ମନମୁଖି ଭାବେ କରୁଛନ୍ତି ଉକ୍ତ କାର୍ଯ୍ୟ । ହେଲେ ଗୋଷ୍ଟି ଉନ୍ନୟନ ଅଧିକାରୀ ଏନେଇ ଜାଣିଛନ୍ତି ନା ସବୁ ଜାଣି ଚୁପ୍ ରହିଛନ୍ତି ତାକୁ ନେଇ ଏବେ ସାଧାରଣରେ ଉଠିଛି ପ୍ରଶ୍ନ । ବ୍ଲକ ପରିସର କାମରେ ଯଦି ସୂଚନା ଫଳକ ରହୁନାହିଁ ତାହାଲେ ଅନ୍ୟ କାମରେ କଣ ହେଉଥିବ ତାହା ଜଳ ଜଳ ହୋଇ ଜଣା ପଡୁଛି । ସୂଚନା ଫଳକ ନଥିବା ଯୋଗୁଁ ଅଟକଳ ମୂଲ୍ୟ କେତେ ଓ କେଉଁ ଫଣ୍ଡ ରୁ କାମ ହେଉଛି ତାହା ସାଧାରଣ ଲୋକ ଜାଣି ପାରୁନାହାନ୍ତି । ସରକାର ଙ୍କ ନିୟମ ପ୍ରକାରେ କାମ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ରହିବାର ନିୟମ ଥିଲେ ସୁଦ୍ଧା ତାହାକୁ ଖୋଲାଖୋଲି ଉଲଂଘନ କରାଯାଉଛି । ହେଲେ ଏଥି ପ୍ରତି ବ୍ଲକ ପ୍ରଶାସନର କୌଣସି ଦୃଷ୍ଟି ନପଡ଼ିବା ଦୁର୍ଭାଗ୍ୟ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଣୁ ଯଥା ଶୀଘ୍ର ସୂଚନା ଫଳକ ନିର୍ମାଣ କରିବା ପାଇଁ ଦାବି ହୋଇଛି । ଏନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପାତ୍ର ଙ୍କୁ ପଚାରିବାରୁ ସୂଚନା ଫଳକ ହୋଇ ନାହିଁ ବୋଲି କହିବା ସହ ଏହି କାର୍ଯ୍ୟ ଇଜିବିର ସୁଦ୍ଧ ଟଙ୍କାରେ ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା କହିଥିଲେ ।