ସୁଲକ୍ଷଣାଦେବୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଜାତୀୟ କ୍ରୀଡା ଦିବସ ପାଳନ

ଢେଙ୍କାନାଳ,୨୯.୦୮(ଶୁଭମ ପାଣି): ସୁଲକ୍ଷଣାଦେବୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଇଛି l ଏହି ଦିବସ ଉପଲକ୍ଷେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା l ଅପରାହ୍ନରେ ପୁରସ୍କାର ବିତରଣ ସଭା ଆୟୋଜନ କରାଯାଇ ବିଜେତା ମାନଙ୍କୁ ମେଡାଲ୍, ସିଲ୍ ଓ ଅନ୍ୟାନ୍ୟ ଉପହାରମାନ ପ୍ରଦାନ କରାଯାଇଥିଲା l ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିବାପାଇଁ ଉପସ୍ଥିତ ଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ, ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଖେଲୋ ଇଣ୍ଡିଆର କୋଚ୍ ବାବୁଲା ପ୍ରସାଦ ମହାନ୍ତି ଓ ସାଇ ପ୍ରସାଦ ଦଳାଇ l କାର୍ଯ୍ୟକ୍ରମଟିର ଆବାହକ ଭାବେ ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ଶ୍ରୀମତୀ ଜୟନ୍ତୀ ବେହେରା ବିବରଣୀ ପଠନ କରିଥିଲେ l ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଶର୍ମିଷ୍ଠା ଓ ଶ୍ରୀମତୀ କନ୍ୟାକୁମାରି ଭୁତିଆଙ୍କ ନିର୍ଦ୍ଦେଶନାରେ ସମସ୍ତ ପ୍ରସ୍ତୁତି ହୋଇଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଦୁଷ୍ମତ କୁମାର ସାହୁ l କାର୍ଯ୍ୟକ୍ରମ ପରିଶେଷରେ କ୍ରୀଡା ଓ କ୍ରିଡା ପ୍ରତି ଅନୂକୁଳ ମନୋଭାବ ପୋଷଣ କରିବା ଉଦ୍ଦେଶ୍ୟରେ ଏକ ଶପଥ ପାଠ କରାଯାଇ ସଭା ସାଂଗ କରାଯାଇଥିଲା l