ଢେଙ୍କାନାଳ,୦୮.୦୮(ଶୁଭମ ପାଣି):ଢେଙ୍କାନାଳ ସହର ସ୍ଥିତ କଣ୍ଟାନାଳୀ ବାଇପାସ ପାଖରେ ଥିବା ସନ୍ ହସ୍ପିଟାଲରେ ତାଲା ପକାଇଲେ କର୍ମଚାରୀ । ସୂଚନା ଅନୁଯାୟୀ ଉକ୍ତ ହସ୍ପିଟାଲରେ ସୌମ୍ୟ ରଞ୍ଜନ ଘିୱାଲା,ମାନସ ରଞ୍ଜନ ରାଉତ, ସନ୍ତୋଷ ଶତପଥି, ଦୁର୍ଯ୍ୟୋଧନ ସାହୁ, ଦୀପକ ଦଳେଇ, ଗୌରବ ବିଶ୍ୱାଳ, ବିକଳ ବେହେରା, ରଞ୍ଜୀତ ମୁକୁଟ, ଅକ୍ଷୟ ସାହୁ, ଆଶିଷ ମଲ୍ଲିକ, ସୁନୀଲ ଖୁଣ୍ଟିଆ, ମନୋଜ ସାହୁ,ଏମିତି ଅନେକ କର୍ମଚାରୀ କାର୍ଯ୍ୟ କରି ଆସୁଥିଲେ। ଗତ କିଛି ମାସ ହେବ ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କୁ ଦରମା ଦେଉନଥିବା ସେମାନେ ଢେଙ୍କାନାଳ ଟାଉନ ଥାନାରେ ଅଭିଯୋଗ କରିଥିଲେ । ପରେ ହସ୍ପିଟାଲ କତ୍ତୃପକ୍ଷ ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ପ୍ରତିଶ୍ରୁତି ପାଳନର ଥର ମରୁଭୂମି ପାଲଟି ଗଲେ । ଶେଷରେ ବହୁ ମାସର ପାରିଶ୍ରମିକ ନପାଇବାରୁ ହସ୍ପିଟାଲ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ଉକ୍ତ କର୍ମଚାରୀ । କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣେଇବା ସତ୍ବେ ସେ ଆମ ମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ଆମେ ଗରିବ ଖଟିଖିଆ ଆମକୁ ଆମ ପାରିଶ୍ରମିକ ନମିଳିଲା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି କହିଛନ୍ତି କର୍ମଚାରୀ ସୌମ୍ୟ ରଞ୍ଜନ ଘିୱାଲା, ମାନସ ରାଉତ….