ଅବକାରୀ ବିଭାଗର ଇନ୍ସପେକ୍ଟର ଏବଂ ସାମ୍ବାଦିକ ମିଶି ମିଥ୍ୟା କେଶ୍ ରେଫସାଇଲେ ଯୁବକଙ୍କୁ, ନେଇ ଗଲେ ନଗଦ 15 ହଜାର ଟଙ୍କା ଓ ନେଇଗଲେ ମୋଟର ସାଇକେଲ।

ଆଠମଲ୍ଲିକ,୦୯.୦୮(ବୁଲୁ ଦଳେଇ):ଶ୍ରୀଧର ବେହେରା ନାମକ ଜଣେ ଯୁବକ ଧାଣ୍ଡା ତୋପା ଗ୍ରାମର କୌଣସି ଏକ ଜରୁରୀ କାମ ରେ ଆଠମଲ୍ଲିକ ଯାଇ ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ବେଳେ ଅବକାରୀ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିଭାଗୀୟ ଅଧିକାରୀ ଧରଣୀଧର ପ୍ରହରାଜ, ନିଜକୁ ସାମ୍ବାଦିକ ବୋଲାଉଥିବା ବଇଣ୍ଡା ଅଞ୍ଚଳର ପ୍ରଶାନ୍ତ କୁମାର ନାୟକ ଓ ଫାଇନାନ୍ସ କମ୍ପାନୀରେ କାମ କରୁଥିବା କୁମାର ସଲିଲ୍ ତାଙ୍କୁ ଅଟକାଇ ତୁ ମଦ ବିକ୍ରି କରୁଛୁ କହି ଏକ କଳା କପଡା ମୁହଁରେ ବାନ୍ଧି ଫଟୋ ଉଠାଇବା ସହିତ ୧୫ ହଜାର ଟଙ୍କା ଦେଲେ ତୋ ବାଇକ୍ ଓ ତୋତେ ଛାଡ଼ିଦେବି କହିଲେ। କିଛି ଦୋଷ ନ କରି ମଧ୍ୟ ମୋ ସ୍ତ୍ରୀ କୁ ଘରୁ ଡକାଇ ନଗଦ ୧୩ ହଜାର ଟଙ୍କା ଦେଲି ଓ ଅବଶିଷ୍ଟ ୩ ହଜାର ଟଙ୍କା ପର ଦିନ ଫୋନ୍ ପେ ମାଧ୍ୟମରେ ଦେଲି ମାତ୍ର ୧୨ ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ଫୋନ୍ କଲେ ଉଠାଉ ନାହାନ୍ତି କି ମୋ ଠାରୁ ନେଇ ଯାଇଥିବା ଆଧାର କାର୍ଡ, ବ୍ୟାଙ୍କ୍ ପାସ୍ ବହି, ମୋ ପିଲା ମାନଙ୍କର ଜନ୍ମ ସାର୍ଟିଫିକେଟ ଓ ଗାଡ଼ିର କାଗଜ ପତ୍ର ଦେଉ ନାହାନ୍ତି। ଅବକାରୀ ବିଭାଗର ଅଧିକାରୀ, ସାମ୍ବାଦିକ ଓ ଫାଇନାନ୍ସ କମ୍ପାନୀର କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁଗୋଳ ଜିଲ୍ଲାପାଳ ଙ୍କୁ ଶ୍ରୀଧର ନିବେଦନ କରିଛନ୍ତି। ଆମେ ଶ୍ରୀ ପ୍ରହରାଜ ଙ୍କୁ ଯୋଗା ଯୋଗ ପାଇଁ ବାରମ୍ବାର ଚେଷ୍ଟା କରି ଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ।