ବ୍ଲକ ସ୍ତରୀୟ ଜାତୀୟ ପ୍ରାଣୀଧନ ମେଳା

ଦାରିଙ୍ଗବାଡି: ୭/୮,(ତରଣୀ): ଗ୍ରୀନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଦାସିକେତା ଗ୍ରାମ ଠାରେ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ତରଫରୁ ବ୍ଲକ ସ୍ତରୀୟ ପ୍ରାଣୀଧନ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା ସଞ୍ଜୀବ କୁମାର ପଟେଲଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ତହସିଲଦାର ଶରତ ଶବର, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ପ୍ରଧାନ, ସରପଞ୍ଚ ସୁନିତା ପ୍ରଧାନ, ଉପଖଣ୍ଡ ପ୍ରାଣୀଧନ ଚିକିତ୍ସାଧିକାରୀ ପ୍ରଭାତ କୁମାର ମିଶ୍ର ଯୋଗ ଦେଇଥିଲେ ।
ମୁଖ୍ୟ ବକ୍ତା ଭାବେ ନୋଡ଼ାଲ ଅଫିସର ଡ଼ଃ ଅଳକା ପଟ୍ଟନାୟକ ଯୋଗ ଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ଗାଈ, ଛେଳି, କୁକୁଡ଼ା, ଘୁଷୁରୀର ଯତ୍ନ ନେବା ସହିତ ଅତ୍ୟାଧୁନିକ ପଦ୍ଧତିରେ ଗୋପାଳନ କରି ଆର୍ଥିକ ସ୍ତରରେ ସଶକ୍ତ ହେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ଅତିରିକ୍ତ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡଃ ଦୀପକ ପ୍ରଧାନ ପରିଚାଳନା କରିଥିଲେ। ଶେଷରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ ନିହାର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ଯୋଗ ଦେଇଥିଲେ ।