ଢେଙ୍କାନାଳ,୧୭.୦୭(ଶୁଭମ ପାଣି):କୈବଲ୍ୟ ବଜାର ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳରାମ ଜିଉ ମନ୍ଦିରରେ ଆଜି ହରି ଶୟନ ବଡ ଏକାଦଶୀ ନୀତି ପାଳିତ ହୋଇଯାଇଅଛି। ପ୍ରାତଃରୁ ମଙ୍ଗଳ ଆଳତି, ମହାସ୍ନାନ,ନୂତନ ବସ୍ତ୍ର ତୁଳସୀ ହାର ଫୁଲ ହାର ଲାଗି କରାଯାଇଥିଲା। ସକାଳ ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ଦଶଟାରେ ଖେଚୁଡ଼ି ଭୋଗ,ମଧ୍ୟାହ୍ନ୍ନରେ ଅର୍ଣ୍ଣ ଭୋଗ,ସଂଧ୍ୟାରେ ଆଳତୀ, ରାତ୍ରରେ ରାତ୍ର ଧୂପ ପରେ ଏକାଦଶୀ ବେଢ଼ା, ରାତ୍ର ରେ ମହାଦୀପ ଉଠିବ । ଶୟନ ନୀତି ପାଳିତ ହେବ ରାତ୍ରରେ ପହଡ଼ ପଡ଼ିବ।ପୂଜକ ମନ ସୁମନ ମିଶ୍ର, ପାଳିଆ ସେବକ ବ୍ରଜ ମୋହନ ମହାପାତ୍ର, କହାଲିଆ ଟିକନ୍ ବେହେରା ଓ ମନ୍ଦିର ଜିମାଦାର ଶ୍ୟାସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ହରି ଶୟନ ନୀତି ପାଳନ କରାଯାଇଥିଲା ।