ଏମିତି ଚାଲିଛି ରାସ୍ତା ନିର୍ମାଣ କାମ,୧୦ ଦିନରେ ରାସ୍ତା ଫାଟି ଆଁ

ଠାକୁରଗଡ଼,୦୩୦୭(ବୁଲୁ ଦଳେଇ):ଆଠମଲ୍ଲିକ ବ୍ଲକ ଆମ୍ବାସର ମୁଣ୍ଡା ଠାରୁ ନୂଆ ଭାବେ ତିଆରି ହେଉ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା କାର୍ଯ୍ୟ ଠିକ୍ ଭାବେ ହେଉ ନ ଥିବା ଦେଖିବାକୁ ମିଳୁଛି।୧୦ ଦିନ ପୂର୍ବରୁ ପିଚୁ ପଡ଼ି ହୋଇଥିବା ରାସ୍ତାର ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ସଂପୃକ୍ତ ଠିକା ସଂସ୍ଥା ପ୍ରାୟ ୭କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣାଧୀନ ରାସ୍ତା ର ସ୍ଥାୟୀତ୍ବ ନେଇ ପ୍ରଶ୍ନ ଉଠିଛି। ପ୍ରମେୟ ରେ ଏ ସଂପର୍କିତ ଖବର ପ୍ରକାଶନ ପରେ ଠିକା ସଂସ୍ଥା ନାଁ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ଵ ଦେଉ ନାହାନ୍ତି। ୟେ ସମ୍ପର୍କରେ ଠିକା ସଂସ୍ଥା ର ମାଲିକ ସରୋଜ୍ ରାଉଳ କହିଛନ୍ତି ଯେ, ତୁମେ ଆମ ବିରୁଦ୍ଧରେ ଯେତେ ଲେଖୁଛ ଲେଖ, ବିଧାୟକ ଙ୍କ ନିଜ ଲୋକ ଆମେ, ବିଲ୍ କେମିତି ହେବ ଆମେ ବୁଝିବୁ। ତେଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେବାକୁ ସାଧାରଣରେ ଦାବୀ ହୋଇଛି।