ଅଦିନିଆ ବର୍ଷାରେ ଭିଜିଲା ଚାଷୀଙ୍କ ଧାନ ଗୁଣବତ୍ତା ହରାଇବାର ଆଶଙ୍କା ଚିନ୍ତା ରେ ଚାଷୀ କୁଳ।

କଳାହାଣ୍ଡି,(ଅରୁଣ କୁମାର ସାହୁ) : ବେଶ୍ କିଛି ଦିନର ଗ୍ରୀଷ୍ମ ପ୍ରବାହ ପରେ ରବିବାର ଅପରାହ୍ନର ଅଦିନିଆ ବର୍ଷା ଜନ ଜୀବନ ରେ ଆଶ୍ୱସ୍ତି ଆଣି ଦେଇ ଥିବା ବେଳେ ଚାଷୀ ଙ୍କ ପାଇଁ କ୍ଷତି ଆଣି ଦେଇଛି। ସୂଚନା ଅନୁସାରେ ଗତ ୮ତାରିଖ ରୁ ଇନ୍ଦ୍ରାବତି ବାମ ମୁଖ୍ୟ ଓ ଦକ୍ଷିଣ କେନାଲ ସହ ଉଠା ଜଲସେଚନ କେନାଲ ରେ ଜଳସେଚନ ବନ୍ଦ କରାଯିବା ପରେ ଜୟପାଟଣା ଅଞ୍ଚଳ ର ଚାଷୀମାନେ ରବି ଚାଷ ଅମଳ ରେ ଲାଗି ପଡ଼ିଛନ୍ତି। କିଛି ଚାଷୀ ଅମଳ କରି ନିଜ ଖଳା ମାନଙ୍କରେ ରଖିଥିବା ବେଳେ କିଛି ଚାଷୀ ଧାନ କୁ ବିକ୍ରି କରିବା ପାଇଁ ମଣ୍ଡି ମାନଙ୍କରେ ରଖିଛନ୍ତି ।ହେଲେ ରବି ବାର ଅପରା ହଣର ବର୍ଷା ଚାଷୀ କୁଳ କୁ କ୍ଷତି ପହଞ୍ଚ।ଇଛି। ରେଙ୍ଗାଲ ପାଲି ମଣ୍ଡି ରେ ପଡିଥିବା ଚାଷୀ ବୃଷଭ ବାଗ ଙ୍କ ୧୩୦ କ୍ଵିଣ୍ଟାଲ,ହଳଧର ବାଗ ଙ୍କ ୩୪ କ୍ଵିଣ୍ଟାଲ,ବିଷ ମାଝୀ ଙ୍କ ୧୦୦ କ୍ଵିଣ୍ଟାଲ, କୁର୍ତ୍ତିକା ପୁଝାରୀ ଙ୍କ ୪୯ କ୍ଵିଣ୍ଟାଲ, ହିମାଂଶୁ ନାଏକ ଙ୍କ ୧୦୭ କ୍ଵିଣ୍ଟାଲ,ସନ୍ତୋଷ ଜାଲ ଙ୍କ ୪୭ କ୍ଵିଣ୍ଟାଲ,ଏଭିକ ଦିପଚନ୍ ଜାଲ, ଧନ ସିଂ ଶବର ଭଳି ୧୦ ରୁ ଉର୍ଦ୍ଧ ଚାଷୀ ଙ୍କ ଏକ ହାଜର କ୍ଵିଣ୍ଟାଲ ରୁ ଧାନ ଓ ବିମଳା ମଣ୍ଡି ର ଗଙ୍ଗାଧର ମାଝୀ ଙ୍କ ୫୫ କ୍ଵିଣ୍ଟାଲ , ଗୀତାଞ୍ଜଳି ନାଏକ ମହନ ବେହେରା ଙ୍କ ୧୫୦ କ୍ଵିଣ୍ଟାଲ ଭଳି ୧୫ ରୁ ଉର୍ଦ୍ଧ ଚାଷୀ ଙ୍କ ଧାନ ବର୍ଷା ଯୋଗୁଁ ଭିଜି ଯାଇଥିବା ଅଭିଯୋଗ ହୋଇଛି। ରେଙ୍ଗାଲ ପାଲି ଚାଷୀ ଙ୍କୁ କହିବା ଅନୁ ଯାଇ ରେଙ୍ଗା ଲ ପାଲି ମଣ୍ଡି ଫର୍ଡ ନିର୍ମାଣ ବେଳେ ନିମ୍ନ ମାନ ର ହେବା ଶହ ତିଆରି ହୋଇ ଥିବା ଫଡ ଛେଟ ଥିବା ରୁ ଚାଷୀ ମାନେ ଧାନ କୁ ବାହାରେ ରଖି ବର୍ଷା ରେ ଭିଜି ନଷ୍ଟ ହେଉଛି।ସେଥି ପାଇଁ ବଡ଼ ଫଡ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି।ସେହି ପରି ବିମଳା ମଣ୍ଡି ରେ ଥିବା ପୁରୁଣା ଫଡ କୁ ନିର୍ମାଣ ସମୟରେ ମରା ମତି କରି ନଥିବାରୁ ଅଳ୍ପ ବର୍ଷା ରେ ଫଡ ରେ ପାଣି ଜମି ଚାଷୀ ଙ୍କ ଧାନ କ୍ଷତି ହେଉଛି ବୋଲି ଅଭିଯୋଗ ହେଉଛି। ବର୍ଷା ଯୋଗୁଁ କିଛି ଚାଷୀ ଙ୍କ ଅମଳ ଧାନ ଖାଲରେ ପଡି ରହି ଥିବା ବେଳେ ଅମଳ ନ ହୋଇ ବିଲରେ ଥିବା ଧାନ ରେ ପାଣି ଜମି ନଷ୍ଟ ହେବାରେ ଆଶଙ୍କା ଦେଖା ଦେଇଛି। ଅନ୍ୟ ପକ୍ଷ ରେ ଅମଳ ଧାନ ବର୍ଷା ରେ ଭିଯିଲେ ଗୁଣବତ୍ତା ହରାଇ ବାସ ହ କଟନି ଛଟ ନି ର ଶିକାର ହେବ ବୋଲି ଚିନ୍ତା ରେ ଚାଷୀ କୁଲ।