ସି.ବି.ଏସ୍.ଇ.ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଆଦିତ୍ୟ ବିର୍ଲ୍ଲା ସ୍କୁଲର ବିଦ୍ୟାର୍ଥୀମାନଙ୍କର ବାଜିମାତ୍

ରାୟଗଡ଼ା,(ପ୍ରଫୁଲ୍ଲ କୁମାର ବେହେରା): ତା୧୩/୦୫/୨୪ ରିଖ ସୋମବାର ଦିନ ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ୍ ଅଧିନସ୍ଥ ଓଷାପଡାସ୍ଥିତ ଆଦିତ୍ୟ ବିର୍ଲ୍ଲା ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ସି.ବି.ଏସ୍.ଇ. ର ନୂତନ ମାର୍ଗଦର୍ଶିକା ଅନୁଯାୟୀ ଦଶମ ଶ୍ରେଣୀ ପରୀକ୍ଷାରେ କ୍ରମାଗତ ଅଷ୍ଟମ ବର୍ଷ ନିମନ୍ତେ ଶତପ୍ରତିଶତ ସଫଳତା ହାସଲ କରି ସମଗ୍ର ରାୟଗଡ଼ା ଜିଲ୍ଲାରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ମୋଟ ୩୯ଜଣ ପରୀକ୍ଷାର୍ଥୀ ଏ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଛାତ୍ରଛାତ୍ରୀମାନେ ଶତପ୍ରତିଶଶତ ସଫଳତା ଲାଭ କରିବା ସହିତ ୩୭ଜଣ ପ୍ରଥମ ଶ୍ରେଣୀରେ ଓ ୨ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ରିଙ୍କୁ ବାନାର୍ଜୀ ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ଶ୍ରୀମାନ୍ ଅମ୍ଳାନ ଅଭିନବ ଜେନା ୯୭.୮% ନମ୍ୱର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସାତ ଜଣ ବିଦ୍ୟାର୍ଥୀ ୯୦% ରୁ ଅଧିକ ନମ୍ୱର ରଖିଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣ ବିଦ୍ୟାର୍ଥୀ (ସୁଶ୍ରୀ ଆଦ୍ୟାଶକ୍ତି ମହାପାତ୍ର, ଶ୍ରୀମାନ୍ ରାକେଶ କୁମାର ବଳ, ସୁଶ୍ରୀ ପୂଜା ପାଣ୍ଡେ, ସୁଶ୍ରୀ ଅନମୋଲ ସାଇ) ୯୫%ରୁ ଅଧିକ ନମ୍ୱର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଶ୍ରୀମାନ୍ ଅମ୍ଳାନ ଅଭିନବ ଜେନ ଗଣିତ ବିଷୟରେ ୧୦୦ ରୁ ୧୦୦ ନମ୍ୱର ରଖି ଏକ ବିଶେଷ ଖ୍ୟାତି ଅର୍ଜନ କରିଛନ୍ତି ଯାହାକି ବିଦ୍ୟାଳୟ ନିମନ୍ତେ ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ । ବିଗତ ଆଠ ବର୍ଷ ଧରି ବିଦ୍ୟାର୍ଥୀମାନେ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ କରିଆସୁଛନ୍ତି । ଚଳିତ ବର୍ଷ ମଧ୍ୟ ଦ୍ୱାଦଶ ଶ୍ରେଣୀର ମୋଟ ୧୩ ଜଣ ବିଦ୍ୟାର୍ଥୀ ସି. ବି. ଏସ୍. ଇ. ଦ୍ୱାରା ପରିଚାଳିତ ବୋର୍ଡ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ । ସେମାନଙ୍କ ମଧ୍ୟରୁ ସୁଶ୍ରୀ ଖୁସିରାଣୀ ସରକାର ୮୪.୪% ନମ୍ୱର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉତ୍କଳ ଆଲୁମିନାର ୟୁନିଟ୍ ହେଡ୍ ଶ୍ରୀଯୁକ୍ତ ମଜହର୍ ଉଲ୍ଲା ବେଗ୍, ବିଦ୍ୟାଳୟ ପରିଚାଳନା କମିଟିର ସଂରକ୍ଷକ ଶ୍ରୀମତୀ ହିନା ବେଗ୍ ଓ ବିଦ୍ୟାଳୟ ପରିଚାଳନା କମିଟିର ପ୍ରବନ୍ଧକ ଶ୍ରୀଯୁକ୍ତ ବିଜୟ କୁମୁରା, ବିଦ୍ୟାଳୟର ଏହି ଅଭୂତପୂର୍ବ ସଫଳତା ପାଇଁ ଅଧ୍ୟକ୍ଷା ସୁଶ୍ରୀ ରିଙ୍କୁ ବାନାର୍ଜୀଙ୍କୁ, ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଅଭିଭାବକ ଶ୍ରୀଯୁକ୍ତ ଅକ୍ଷୟ କୁମାର ଜେନା ଅମ୍ଳାନଙ୍କ ଏହି ଅଭୂତପୂର୍ବ ସଫଳତା ନିମନ୍ତେ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ବାନାର୍ଜୀ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣପୂର୍ବକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଅନୁରୂପଭାବେ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ବାନାର୍ଜୀ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ସେମାନଙ୍କର ସ୍ନେହ, ଶ୍ରଦ୍ଧା ଓ ସହଯୋଗ ନିମନ୍ତେ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ।