ଢେଙ୍କାନାଳ,(ଶୁଭମ ପାଣି): ଢେଙ୍କାନାଳ ସହର ଟାଉନ୍ ପ୍ଲାନିଂ ଅଫିସ୍ ଛକ ଠାରେ ଶନିଶ୍ଚର ଦେବଙ୍କ ୧୪ତମ ବାର୍ଷିକୋତ୍ସବର ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ପୂଜା ତିନିଦିନ ଧରି ଚାଲିବା ସହିତ ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ-ପୂଜା, ମଣ୍ଡଳ ପୂଜା, ଶନି-ରାହୁ- କେତୁଙ୍କର ଷୋଡଶଉପଚାର ନୀତିରେ ପୂଜାର୍ଚ୍ଚାନ ସହ ପୂର୍ଣହୁତି ଅନୁଷ୍ଠିତ ହୋଇଥିଲା । ସଂଖ୍ୟାରେ ୧୦୮ ଆଳତି କରାଯିବା ସହ ଭଜନ ସମାରୋହ ଓ ପ୍ରସାଦସେବନ ଭକ୍ତମାନେ ପାଇଥିଲେ । ଦ୍ୱିତୀୟ ଦିବସରେ ଗୀତାଯଜ୍ଞ ପାଠ କରାଯାଇଥିଲା । ମନ୍ଦିରର ପୂଜକ ନଗେନ୍ ଭଟ୍ଟ, ପୂଜକ ଯଜ୍ଞେଶ୍ବର ମିଶ୍ର, ଶ୍ରୀବସ୍ଥ ମିଶ୍ର ଓ ଦିବାକର ମିଶ୍ର ପୂଜା କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇଥିଲେ । କର୍ତା ଶେଷଦେବ ସାହୁ, କର୍ତୀ ସୁଦୀପ୍ରା ସାହୁ ଓ କମିଟର ସମସ୍ତ କର୍ମକର୍ତା ଏବଂ ସାହିବାସୀନ୍ଦାଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।