ରାୟଗଡା,(ଅମୁଲ୍ୟ ନିଶଙ୍କ): ରାୟଗଡା ବିଧାନସଭା କ୍ଷେତ୍ର ନିମନ୍ତେ ଗତ ମାର୍ଚ୍ଚ ମାସ 27 ତାରିଖ ରେ ବିଜେଡି ସୁପ୍ରିମୋ ଅନୁସୟା ମାଝୀ ଙ୍କ ନାମ ଘୋଷଣା କରିଥିଲେ ପରେ ଅନୁସୟା ଙ୍କ ଟିକେଟ କୁ ବିରୋଧ କରି ରାୟଗଡା ବିଜେଡି ର ବହୁ ନିର୍ବାଚିତ ଜନପ୍ରତିନିଧି, ପୂର୍ବତନ ଜ଼ିଲ୍ଲା ପରିଷଦ ଅଧକ୍ଷ ବିଜେଡି ଦଳ ରେ ବିଭିନ୍ନ ପଦ ପଦବୀ ରେ ଥିବା ସଦସ୍ୟ ସଦସ୍ୟା ମାନେ ବିଜେଡି ର ପ୍ରାଥମିକ ସଦସ୍ୟ ପଦ ରୁ ଇସ୍ତଫା ପତ୍ର ପ୍ରଦାନ କରି ବିଜେଡି ଟିକେଟ ପରିବର୍ତ୍ତନ ପାଇଁ ଦାବି କରିଥିଲେ l ରାଜ୍ୟ ବିଜେଡି ର ନେତୃମଣ୍ଡଳୀ ଟିକେଟ ର ପରିବର୍ତ୍ତନ ହେବାର ପ୍ରଶ୍ନ ନାହିଁ ବୋଲି କହିବାରୁ ପରିଶେଷ ରେ ଅନୁସୟା ମାଝୀ ନିଜର ନାମାଙ୍କନ ଦାଖଲ କରି ଥିଲେ l ନାମାଙ୍କନ ଦାଖଲ ପରେ ଅନୁସୟା ନିକଟରେ ପୈତୃକ ଗାଁ କୁଚେଇପଦର ଠାରୁ ନିଜ ଇଷ୍ଟ ଦେବୀ ଓ ଗାଁ ଠାକୁରାଣୀ ଙ୍କ ଠାରେ ପୂଜାର୍ଚନା କରି ନିଜର ପ୍ରଚାର ଆରମ୍ଭ କରିଥିଲେ l କାଶୀପୁର ବ୍ଲକ ର 24 ଗୋଟି ପଂଚାୟତ କୁ ମାରାଥନ ନିର୍ବାଚନ ପ୍ରଚାର କରିବା ସହିତ ମୁନୁସିଙ୍ଗା ଓ ଆଡାଝୋର ପଂଚାୟତ ରେ ନିଜର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ କରିଛନ୍ତି l ଏହି ପ୍ରଚାର ସମୟ ରର କାଶୀପୁର ବ୍ଲକ ର ବିଭିନ୍ନ ଗାଁ ରେ ଅନୁସୟା ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ସହିତ ଜନ ସମର୍ଥନ ମିଳିବାର ଦେଖିବାକୁ ମିଳିଥିଲା l କାଶୀପୁର ର ମହିଳା ମାନେ ନିର୍ବାଚନ ମୈଦାନ ରେ ଆଗକୁ ଆସି ନିଜୟ ନିଜର ମତବ୍ୟକ୍ତ କରିକହିଛନ୍ତି ଯେ ଆମ କାଶୀପୁର ମାଟିର ଝିଅ ଆଜି ବିଧାୟକ ପାଇଁ ଟିକେଟ ପାଇଛନ୍ତି ସେଥିପାଇଁ ଆମେ ବହୁତ ଖୁଶୀ ନିର୍ବାଚନ ରେ ତାଂକୁ ବିଜୟ କରିବା ନିମନ୍ତେ ଆମେ ଦୃଢ଼ ସଂକଳ୍ପ ନେଇଥିବାର ଜଣାପଡିଛି l ଅନୁସୟା ଙ୍କ ସହିତ ନିର୍ବାଚନ ପ୍ରଚାର ମୈଦାନ ରେ କାଶୀପୁର ର ବ୍ୟବସାୟୀ କୃଷ୍ଣ ଚନ୍ଦ୍ର ମହାପାତ୍ର, କାଶୀପୁର ବ୍ଲକ ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟା ରତ୍ନମାଳା ପରିଛା, ରାୟଗଡା ର ବିଜେଡି ଦଳର ପି ଗୌରୀ ଶଙ୍କର ରାଓ, ସତ୍ୟ ପାଢ଼ୀ, ଟିଟ ରଥ, ଅଶୋକ ପଣ୍ଡା, ବୁଲୁ ପାଢ଼ୀ ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଏହି ପ୍ରଚାର ରେ ଦୀର୍ଘ ଦିନ ଧରି ସାମିଲ ରହିଥିଲେ l ଭି କେ ପାଣ୍ଡିଆନ ଙ୍କ ଗୁଣୁପୁର ଗସ୍ତ ସମୟରେ ବିଜେଡି ନେତା ଙ୍କୁ କଡା ଚେତାବନୀ ପରେ ରାୟଗଡା ଜ଼ିଲ୍ଲା ର ନେତା ଙ୍କ ନିଦ ହଜିଯାଇଛି ଦିନ ରାତି ଏକ କରି ବିଜେଡି ଦଳ କୁ ବିଜୟ କରି ଉଭୟ ଲୋକସଭା ଓ ବିଧାନସଭା ଆସନ ଗୁଡିକୁ ନିଜ ଅକ୍ତିଆର ରେ ଆଣିବା ନିମନ୍ତେ ଲାଗିପଡିଛନ୍ତି l କାଶୀପୁର ବ୍ଲକ ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପରିସମାପ୍ତି କରି ରାୟଗଡା ବ୍ଲକ ଓ ପୌର ପାଳିକା ରେ ନିର୍ବାଚନ ପ୍ରଚାର ଆରମ୍ଭ କରିବି ବୋଲି କହିଛନ୍ତି ଅନୁସୟା ସେ ପୁଣି କହିଛନ୍ତି ଯେ କାଶୀପୁର ର ଜନସାଧାରଣ ଯେପରି ଭାବେ ଜନସମର୍ଥନ କରିଛନ୍ତି ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି l