ଉତ୍କଳ ଗୌରବ ମଧୁବାବୁଙ୍କ 176 ତମ ଜୟନ୍ତୀ ରାୟଗଡା ଓକିଲ ସଂଘ ପକ୍ଷରୁ ପାଳିତ

ରାୟଗଡା,(ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଗତ କାଲି ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ 176 ଜନ୍ମ ଜୟନ୍ତୀ ତଥା ଓକିଲ ଦିବସ ଓ ସ୍ୱାଭିମାନ ଦିବସ ମହାସୋମାରହ ରେ ପାଳିତ ହୋଇଯାଇଛି l ପ୍ରଥମେ ସଖାଳୁ ସ୍ଥାନୀୟ କୋର୍ଟ ପରିସରରେ ଥିବା ମଧୁ ବାବୁ ଙ୍କ ପ୍ରରିମୂର୍ତ୍ତି ରେ ପୁଷ୍ପା ମାଲ୍ୟ ଅର୍ପଣ କରାଯାଇଥିଲା l ସନ୍ଧ୍ୟା ସମୟରେ ରାୟଗଡା ଓକିଲ ସଙ୍ଘ ସଭାପତି ପଦ୍ମନାଭ ଦାସ ଟୁଟୁ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାୟଗଡା ଅତିରିକ୍ତ ଜ଼ିଲ୍ଲା ଦୌରାଜ ( ସ୍ୱତନ୍ତ୍ର ଜଜ ପୋସ୍କୋ ଆଇନ ) ଶ୍ଵେତା ମିଶ୍ର ମୁଖ୍ୟଅତିଥି ଭାବେ, ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜ଼ିଲ୍ଲା ଦୌରାଜ ଜଜ ରୀନା ଚୌଧୁରୀ, ରାଜ୍ୟ ଆଇନଜୀବୀ ପରିଷଦ ସଭ୍ୟ ରମେଶ କୁମାର ପାତ୍ର, ରାୟଗଡା ଓକିଲ ସଙ୍ଘ ର ବରିଷ୍ଠ ଆଇନଜୀବୀ ତଥା ସ୍ୱତନ୍ତ୍ର ସରକାରୀ ଓକିଲ ବ୍ରଜ ସୁନ୍ଦର ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମଧୁବାବୁ ଙ୍କ ଫୋଟ ଚିତ୍ର ରେ ପ୍ରଦୀପ ପ୍ରଜ୍ୱଳନ କରି ପୁଷ୍ପା ମାଲ୍ୟ ସର୍ପଣ କରି କାର୍ଯ୍ୟକ୍ରମ ର ଆରମ୍ଭ କରିଥିଲେ l ସଙ୍ଘ କାର୍ଯ୍ୟକର୍ତ୍ତା ଙ୍କ ଦ୍ୱାରା ପ୍ରଥମେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗଣ କରାଯାଇଥିଲା l ପରେ ସଂଘ ସମ୍ପାଦକ ବିଶ୍ୱନାଥ ଗନ୍ତାୟତ ସମ୍ପାଦକୀୟ ପଠନ କରିଥିବା ବେଳେ ବରିଷ୍ଠ ଆଇନଜୀବୀ ଭି ଏସ ରାଜୁ ଅତିଥି ପରିଚୟ କରାଇଥିଲେ l ସଭାପତି ଶ୍ରୀରାମ ଦାସ ସଭାପତି ଅଭିଭାଷଣ ରଖିଥିଲେ l ଏହି କୋର୍ଟ ରେ ଦୀର୍ଘ 25 ବର୍ଷ ରୁ ଉର୍ଦ୍ଧ କାର୍ଯ୍ୟରତ 10 ଜନ ଓକିଲ ଙ୍କୁ ସମ୍ମାନିତ କରାଯାଇଥିଲା l ଶେଷରେ ସମ୍ପାଦକ ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିଲେ l ଓକିଲ ସଂଘ ର ଉପ ସଭାପତି ୱାଇ ଶ୍ରୀନିବାସ ରାଓ, କୋଷାଧକ୍ଷ ନୀଳାଞ୍ଚଳ ବିଶୋଇ, ସହ ସମ୍ପାଦିକା ଶୁଭ୍ରା କାନ୍ତି ବେହେରା ମଂଚାସୀନ ଥିଲେ l ସଙ୍ଘ ର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳତା କରିଥିବା ରୁ ସଭାପତି ଟୁଟୁ ଦାସ ସମସ୍ତ ଙ୍କୁ କୃତଜ୍ଞତା ଜଣାଇଛନ୍ତି l