ଢେଙ୍କାନାଳ,(ଶୁଭମ ପାଣି) : ଢେଙ୍କାନାଳ ଓଡିଶା ମାଧ୍ଯମିକ ସ୍କୁଲ୍ ଶିକ୍ଷକ ସଂଘ (ଓଷ୍ଠା)ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ବିଦ୍ୟାଳୟ ଜିଲ୍ଲା ରାଜ୍ୟ ତଥା ରାଷ୍ଟ୍ରର ମହାନ୍ ଆତ୍ମାଙ୍କର ସଦ୍ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ସଂପାଦକ ବିଭୂତି ସାମଲ ସଂଘର ସଭ୍ୟଚାନ୍ଦା, କାମାକ୍ଷାନଗର ବ୍ଲକ୍, ପର୍ଜଙ୍ଗ ଏବଂ ହିନ୍ଦୋଳ ବ୍ଲକ୍ର କମିଟି ଗୁଡିକର ଅବଧୂପୂର୍ଣ ହୋଇଯିବା, ଗତ ରାଜ୍ୟ ସ୍ତରୀୟ ଆନ୍ଦୋଳନ ସଂପର୍କରେ ତଥା ରାଜ୍ୟ ସଂଘର ଅନୁଦାନରେ ଗାଧୁଆଘର ଏବଂ ପାଇଖାନା ନିର୍ମାଣ ସଂପର୍କରେ ବିଷଦ ତଥ୍ୟ ସଭାରେ ଉପସ୍ଥାପନ କରିଥିଲେ । ଗୌରଚନ୍ଦ୍ର ବିଶ୍ଵାଳ ସଦାନନ୍ଦ ସାହୁ, ପ୍ରଶାନ୍ତ କୁମାର ଧଳ, ସନ୍ତୋଷ କୁମାର ପାଣିଗ୍ରାହୀ ଏବଂ ସରୋଜକାନ୍ତ ଦାଶ, ବରିଷ୍ଠ କର୍ମକର୍ତା ଗଣ ବୃତିଗତରୁ ଅବସର ନେଇ ଯାଇଥିବାରୁ ଜିଲ୍ଲା ଓଷ୍ଠା ସଂଘ ମହୋଦୟମାନଙ୍କୁ ସମ୍ବର୍ଷିତ କରିଥିଲା । ଜିଲ୍ଲା ସଂଘକୁ ସୁଦୃଢ କରିବା ତଥା ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟାବଳୀ ସଂପର୍କରେ ରାଜ୍ୟ ସଂଘର ଉପସଭାପତି ପ୍ରମୋଦ କୁମାର ସ୍ବାଇଁ, କାର୍ଯ୍ୟକାରୀ ସଭାପତି ପୀତାମ୍ବର ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀରାମ ରାଉତ, ବିନୋଦ କୁମାର ସ୍ବାଇଁ ପ୍ରମୁଖ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । ଯୁଗ୍ମ ସଂପାଦକ ସୁବାଷ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକ୍ର ସଂପାଦକ ତଥା ଜିଲ୍ଲା କମିଟିର ସଦସ୍ୟ ଗଣ ଉପସ୍ଥିତ ଥିଲେ । ସର୍ବ ଶେଷରେ ପୀତାମ୍ବର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।