ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ଢେଙ୍କାନାଳ ଶାଖାର ୩ୟ ଅଧିବେଶନ

ଢେଙ୍କାନାଳ,(ଶୁଭମ ପାଣି): ଢେଙ୍କାନାଳ ସହର ଶ୍ୟାମାଚରଣପୁର ଠାରେ ଥିବା ସେଚ୍ଛା ସଚ୍ଛାସେବୀ ସଂଗଠନ ସଭାଗୃହରେ ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ଢେଙ୍କାନାଳ ଶାଖାର ୩ୟ ଅଧିବେଶନ ସଭାପତି ଅଜୟ କୁମା ମାର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥୁଲା । ଉକ୍ତ ସଭାରେ ଓଡିଶା ରାଜ୍ୟ ଅବସର ପ୍ରାପ୍ତ ପୋଲିସ୍ ଅଧିକାରୀ ତଥା କଲ୍ୟାଣ ଲ୍ୟାଣ ସମିତିର ସାଧାରଣ ସଂପାଦକ ବିଜୟ କୃଷ୍ଣ ମହାନ୍ତି, ସଂଗଠନ ସଂପାଦକ ନିଳମୋହନ ତ୍ରିପାଠୀ ଓ ସହ-ସମ୍ପାଦକ ଦେବରାଜ ଦେ ମଜୁମ୍ଦାର ଯୋଗଦେଇ ବହୁ ମୂଲ୍ୟବାନ ଉଦ୍ଦେଶ୍ୟମାନ ଦେଇଥିଲେ । କେନ୍ଦ୍ରୀୟ ସଂଗଠନ ସବୁ ପ୍ରକାର ସହଯୋଗ ଯୋଗ କରିବ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି । ଅତିରିକ୍ତ ଆରକ୍ଷୀ ଅଧୂକ୍ଷକ ଭବାନୀ ଶଙ୍କର ଉଦ୍‌ଗାତା ଓ ଢେଙ୍କାନାଳ ଏସ୍‌ଡିପିଓ ବିଭୁତି ଭୂଷଣ ମହାପାତ୍ର ଯୋଗଦେଇ ପୋଲିସ୍‌ର ବହୁ ମୂଲ୍ୟ କର୍ତବ୍ୟ ବିଷୟରେ ଧ୍ୟାନ ଆକର୍ଷଣ କରିଥିଲେ । ଉକ୍ତ ସଭା ଭାରେ ପ୍ରାୟ ୪୦ ଜଣ ସଭ୍ୟସଭ୍ୟା ଉପସ୍ଥିତ ଥିଲେ । କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।