ଢେଙ୍କାନାଳ,୦୫.୦୪(ଶୁଭମ ପାଣି):ଢେଙ୍କାନାଳ ତରଭା, ହଳଦିଗୁଣ୍ଡି ଗ୍ରାମ ର ମା ମଙ୍ଗରଭୋଇ ଦଣ୍ଡପାଟି ୪୮ବର୍ଷଧରି ଦଣ୍ଡ ପରମ୍ପରାକୁ ନିଷ୍ଠାର ସହ ପରିବେଷଣ କରିଆସୁଛନ୍ତି। ମଧ୍ୟାହ୍ନ ରେ ଧୂଳିଦଣ୍ଡ, ପୁଷ୍କରିଣୀ ରେ ପାଣି ଦଣ୍ଡ ଓ ରାତ୍ରରେ ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରନ୍ତି। ଆଜି ସ୍ଥାନୀୟ ଦୃର୍ଗା ବଜାର ଠାରେ ବିଭିନ୍ନ ପ୍ରକାରର ଧୂଳିଦଣ୍ଡ ପରିବେଷଣ କରିଥିଲେ। ଯଥା ଧାନତଳିମରା,ଧାନବୁହା, ଗଛକଟା, ମନ୍ଦିର ତୋଳା, ମା’ଙ୍କ ବନ୍ଦନା ଇତ୍ୟାଦି ପ୍ରକାରର ଧୂଳିଦଣ୍ଡ ପରିବେଷଣ କରିଥିଲେ।