ଆଠମଲ୍ଲିକ,(ବୁଲୁ ଦଳେଇ):ଶେଷରେ ସବୁ କଳ୍ପନା ଜଳ୍ପଣା ର ଅନ୍ତ ଘଟିଛି। ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାୟ ବିଜେଡ଼ି ରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ,2019 ସାଧାରଣ ନିର୍ବାଚନ ରେ ସେ ଆଠମଲ୍ଲିକ ଆସନ ରୁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ର ଭାଗିରଥି ପ୍ରଧାନ ଙ୍କୁ 47 ହଜାର ରୁ ଅଧିକ ଭୋଟ ରେ ଜିତି ବିଧାୟକ ଭାବେ ବିଜୟୀ ହୋଇ ଥିଲେ। ଏଥର ଦଳ ତାଙ୍କୁ ଟିକେଟ ନ ଦେବା କାରଣ ରୁ ସେ ଇସ୍ତଫା ଦେଇ ଥିବା କୁହାଯାଉଛି। ଖୁବ୍ ଶୀଘ୍ର ତାଙ୍କ ସମର୍ଥକ ଓ କର୍ମୀ ମାନଙ୍କ ସହ ଆଲୋଚନା କରି ଭବିଷ୍ୟତ କାର୍ଯ୍ୟ ପନ୍ଥା ସ୍ଥିର କରିବେ ବୋଲି ଶ୍ରୀ ସାୟ କହିଛନ୍ତି।