ରାୟଗଡା,୧୯.୦୩(ଅମୁଲ୍ୟ ନିଶଙ୍କ):ରାୟଗଡା ଜ଼ିଲ୍ଲା ର ତିନିଗୋଟି ବିଧାନସଭା କ୍ଷେତ୍ର ରାୟଗଡା, ବିସଷମକଟକ ଓ ଗୁଣୁପୁର l ଏହି ଗୁଣୁପୁର ବିଧାନସଭା କ୍ଷେତ୍ର ଟି ପ୍ରତ୍ୟକ ରାଜନୈତିକ ଦଳ ନିମନ୍ତେ ସମ୍ମାନ ର ବିଷୟ l ଏହି ଆସନ ଟି ବହୁ ସମୟ ଧରି କଂଗ୍ରେସ କବଜା ରେ ରହିଆସିଥିଲା l ଏହା କଂଗ୍ରେସ ର ଏକ ଦୁର୍ଗ ଭାବେ ପରିଚିତ l ଏହି କଂଗ୍ରେସ ର ଦୁର୍ଗକୁ 1990 ମସିହାରେ ସ୍ବର୍ଗତ ବିଜୁ ବାବୁ ଙ୍କ ନେତୃତ୍ବାଧୀନ ଜନତା ଦଳ ର ପ୍ରାର୍ଥୀ ରାମମୂର୍ତ୍ତି ଗମାଙ୍ଗ ବିଜୟ ହୋଇ ଇତିହାସ ସୃଷ୍ଟି କରିଥିଲେ l ରାମମୂର୍ତ୍ତି ଙ୍କ ବିଜୟ ପଛରେ ସ୍ବର୍ଗତ ଯଯାତି କେଶରୀ ସାହୁ ଙ୍କ ଅବଦାନ ଅତୁଳନୀୟ ଥିଲା l ପଦ୍ମପୁର, ଗୁଡାରି, ଗୁଣୁପୁର ରାମନାଗୁଡ଼ା ର ୟୁବ ଗୋଷ୍ଠି କୁ ଏକତ୍ରିତ କରି ଜନତା ଦଳ ର ରାମମୂର୍ତ୍ତି ଗମାଙ୍ଗ ଙ୍କୁ ବିଜୟ କରାଇ କଂଗ୍ରେସ କୁ ପରାସ୍ତ କରାଇଥିଲେ l ଗୁଣୁପୁର ବିଧାନସଭା କ୍ଷେତ୍ର ର ଇତିହାସ କୁ ଦେଖିଲେ ଜଣାପଡୁଛି ଯେ ଏହି ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ ଭାବେ ଗଣତନ୍ତ୍ର ପରିଷଦ ର ଡୁମ୍ବା ଗମାଙ୍ଗ ବିଜୟ ହୋଇଥିଲେ l ପରେ ଉପ ନିର୍ବାଚନ ରେ ଭାଗିରଥି ଗମାଙ୍ଗ 1955 ରେ ଗଣତନ୍ତ୍ର ପରିଷଦ ରୁ ନିର୍ବାଚିତ ହୋଇଥିଲେ l 1957 ରୁ 1967 ପର୍ଯ୍ୟନ୍ତ ଗୁଡାରି ର ନରସିଂହ ପାତ୍ର,1971 ରୁ ଲଗାତର 1990 ପର୍ଯ୍ୟନ୍ତ କଂଗ୍ରେସ ଦଳ ରୁ ଭାଗିରଥି ଗମାଙ୍ଗ, ପ୍ରଥମ କରି 1990 ମସିହାରେ ରାମମୂର୍ତ୍ତି ଗମାଙ୍ଗ ଜନତା ଦଳ ରୁ, 1995 ରେ ୟୁବ ନେତା ଅକ୍ଷୟ ଗମାଙ୍ଗ କଂଗ୍ରେସ ରୁ ମଧ୍ୟ୍ୟ ବର୍ତ୍ତୀ କାଳୀନ ଉପ ନିର୍ବାଚନ re ପୁଣି ଭାଗିରଥି ଗମାଙ୍ଗ ସ୍ୱାଧୀନ ପ୍ରାର୍ଥୀ ଭାବେ 2000 ମସିହାରେ ରାମମୂର୍ତ୍ତି ଗମାଙ୍ଗ ବିଜେପି ରୁ,2004 ରେ ହେମାବତୀ ଗମାଙ୍ଗ କଂଗ୍ରେସ ରୁ 2009 ରେ ରାମମୂର୍ତ୍ତି ମୁଟିକା ବିଜେଡି ରୁ 2014 ରେ ତ୍ରିନାଥ ଗମାଙ୍ଗ ବିଜେଡି ରୁ ଓ 2019 ରେ ରଘୁନାଥ ଗମାଙ୍ଗ ବିଜେଡି ରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି l 2004 ନିର୍ବାଚନ ପୋରଠାରୁ ବିଜେଡି ପ୍ରତ୍ୟକ ଥର ନିର୍ବାଚନ ସମୟରେ ପ୍ରାର୍ଥୀ ଙ୍କୁ ବଦଳେଇ ଟିକେଟ ଦେଇଆସୁଛି l ବର୍ତମାନ 2024 ନିର୍ବାଚନ ରେ ଗୁଣୁପୁର ରୁ ବିଜେଡି ନୂତନ ଚେହେରା ଭାବେ କାହାରି କୁ ମୈଦାନ ରେ ଉଲ୍ଲାହିଁବ ନା ପୁଣି ଥରେ ରଘୁନାଥ ଗୋମାଙ୍ଗ ଙ୍କୁ ଟିକେଟ ଦେବ ସେଥିପ୍ରତି ସମସ୍ତି ଙ୍କ ନଜର l ସ୍ବର୍ଗତ ପୁରୁଷୋତ୍ତମ ଗୋମଙ୍ଗ ଙ୍କ ପରେ କଂଗ୍ରେସ ତାହାର ସଂଗଠନ କୁ ସେତେ କିଛି ମଜବୁତ କରିବା ରେ ସେତେ କିଛି ସକ୍ଷମ ହୋଇ ପାରିନାହିଁ କିନ୍ତୁ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ବହୁତ କଂଗ୍ରେସ କାହାକୁ ଟିକେଟ ଦେବ ତାହା କଂଗ୍ରେସ ପାଇଁ ମୁଣ୍ଡବ୍ୟଥା ର କାରଣ ପାଲିଟିଛି l ବିଜେପି ଦଳ ର ସଂଗଠନ ଗୁଣୁପୁର ବିଧାନସଭା କ୍ଷେତ୍ରରେ ସେତେ ମଜବୁତ ନୁହେଁ କିନ୍ତୁ ଏହିଠାରେ ବିଜେପି ଟିକେଟ କାହାରିକୁ ଦେବ ତାହା ଠିକ ହୋଇନାହିଁ କିନ୍ତୁ ନୂତନ ଭାବେ ଗୁଣୁପୁର ର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ବିଜେପି ରେ ଯୋଗଦାନ ପରେ ତ୍ରିନାଥ ଙ୍କୁ ବିଜେପି ଟିକେଟ ଦେବ ବୋଲି ଆଲୋଚନା ଚାଲିଛି l ବିଜେଡି ହାତରୁ ଏହି ଆସନ ଟି ଆଣିବା ନିମନ୍ତେ ଲାଗିପଡିଛି କଂଗ୍ରେସ କିନ୍ତୁ ବିଜେଡି ନିଜ ଅକ୍ତିଆର ରେ ଏହି ଆସନ ଟିକୁ ରଖିବା ପାଇଁ ଲାଗିପଡିଛି l ଉଭୟ କଂଗ୍ରେସ ଓ ବିଜେଡି ଦଳ ରେ ବହୁ ଆଶାୟୀ ପ୍ରାର୍ଥୀ ଟିକେଟ ରେଶ ରେ ଅଛନ୍ତି l କଂଗ୍ରେସ ର ପ୍ରାୟ 10 ଜଣ ଆଶାୟୀ ଟିକେଟ ପାଇଁ ଦରଖାସ୍ତ କରିଛନ୍ତି କିନ୍ତୁ ମୁଖ୍ୟ ଦୌଡ଼ ରେ ସତ୍ୟଜିତ ଗମାଙ୍ଗ, ଭାସ୍କର ଜାଗରେଙ୍ଗା, ଅଭିନାଶ ଗମାଙ୍ଗ ଓ ଖୁଦ ଜ଼ିଲ୍ଲା କଂଗ୍ରେସ ସଭାପତି ବିଜୟ ଗମାଙ୍ଗ ଅଛନ୍ତି l ବିଜେଡି ର ମଧ୍ୟ୍ୟ ବହୁ ପ୍ରାର୍ଥୀ ଦୌଡ଼ ରେ ଅଛନ୍ତି ବିଶେଷ କରି ପଦ୍ମପୁର ବ୍ଲକ ର ପୂର୍ବତନ ଅଧକ୍ଷ ରମାକାନ୍ତ ମାଝୀ, ଅଛନ୍ତି କିନ୍ତୁ ବର୍ତମାନ ର ବିଧାୟକ ରଘୁନାଥ ଗମାଙ୍ଗ ଟିକେଟ ଲବି ରେ ନଥିବା ର ଜଣାପଡିଛି କିନ୍ତୁ ଦଳ ଟିକେଟ ଦେଲେ ଲଢ଼ିବି ବୋଲି ରଘୁନାଥ ଗମାଙ୍ଗ କହିଛନ୍ତି l ଉଭୟ ଦଳ ର ଯେଉଁମାନେ ବିଧାୟକ ପାଇଁ ଟିକେଟ ପାଇବେ ନାହିଁ ସେମାନେ ଭୂମିକା ନିଶ୍ଚିତ ଭାବେ ଦଳ ଉପରେ ପଡିବ ବୋଲି ଜନସାଧାରଣ ଚର୍ଚ୍ଚା କରିବାର ଦେଖୁବାକୁ ମିଳୁଛି l ଗୁଣୁପୁର ର ଏକ ଅଦୃଶ୍ୟ ଶକ୍ତି ବିଧାୟକ ଙ୍କୁ ନିର୍ବାଚିତ କରିବାରେ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏଥିରେ ସନ୍ଦେହ ନାହିଁ ବୋଲି ରାଜନୀତି ବିଶେଷଜ୍ଞ ମାନେ ମତ ରଖିଛନ୍ତି l