କୋରାପୁଟ ଲୋକସଭା କ୍ଷେତ୍ର ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ସମ୍ମାନ ର ବିଷୟ

ରାୟଗଡା,(ଅମୁଲ୍ୟ ନିଶଙ୍କ): ଉଭୟ କୋରାପୁଟ ଓ ରାୟଗଡା ଜ଼ିଲ୍ଲା ର ଜୟପୁର, କୋରାପୁଟ, ପଟ୍ଟାଙ୍ଗି, ଲକ୍ଷ୍ମୀପୁର, ରାୟଗଡା, ବିଷମକଟକ ଓ ଗୁଣୁପୁର ବିଧାନସଭା କ୍ଷେତ୍ର କୁ ନେଇ ଗଠିତ l ଗତ 2019 ନିର୍ବାଚନ ରେ କୋରାପୁଟ ଲୋକସଭା ଆସନ ରୁ କଂଗ୍ରେସ ର ସପ୍ତଗିରି ଉଲାକା ବିଜୟ ହୋଇଥିବା ବେଳେ 7ଗୋଟି ବିଧାନସଭା କ୍ଷେତ୍ର ରୁ ବିଜେଡି4 ଗୋଟି, କଂଗ୍ରେସ 2 ଗୋଟି ଓ 1ଆସନ ରେ ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି l ଏହି କୋରାପୁଟ ଲୋକସଭା କ୍ଷେତ୍ର କୁ ଅବଲୋକନ କରିଲେ ଜଣାପଡେଯେ 1957ରେ ଜଗନ୍ନାଥ ରାଓ ଜାତୀୟ କଂଗ୍ରେସ ରୁ ,1962 ରେ ରାମଚନ୍ଦ୍ର ଉଲାକା କଂଗ୍ରେସ ରୁ ,1971 ଭାଗିରଥି ଗମାଙ୍ଗ କଂଗ୍ରେସ ରୁ,1972 ରୁ 1998 ପ୍ରଯ୍ୟନ୍ତ କଂଗ୍ରେସ ରୁ,1999 ରେ ହେମା ଗମାଙ୍ଗ କଂଗ୍ରେସ ରୁ ପୁଣି 2004 ରର ଗିରିଧାରୀ ଗମାଙ୍ଗ କଂଗ୍ରେସ ରୁ,2009 ରେ ଜୟରାମ ପାଙ୍ଗି ବିଜେଡି ରୁ,2014 ରେ ଝିହ୍ନ ହିକକା ବିଜେଡି ରୁ ଓ 2019 ରେ ସପ୍ତଗିରି ଉଲାକା କଂଗ୍ରେସ ରୁ ସାଂସଦ ରୂପେ ନିର୍ବାଚିତ ହୋଇଛନ୍ତି l କଂଗ୍ରେସ ର ଗଡ଼ ଭାବେ ପରିଚିତ କୋରାପୁଟ ଲୋକସଭା ଆସନ କୁ ପ୍ରଥମେ 2009 ମସିହା ରେ ପ୍ରଥମ କରି ବିଜେଡି ଏହି ଆସନ ଟି ନିଜ ଅକ୍ତିଆର କୁ ଆଣିବାରେ ସକ୍ଷମ ହୋଇଥିଲା 2014 ମଧ୍ୟ୍ୟ ନିଜ ପକ୍ଷରେ ବିଜେଡି ଏହି ଆସନ ଟିକୁ ନିଜ ଅକ୍ତିଆର ରେ ବଜାୟ ରଖିଥିଲା କିନ୍ତୁ ଗତ 2019 ନିର୍ବାଚନ ରେ ଫେରେ କଂଗ୍ରେସ ଏହି ଆସନ ଟି ନିଜ ଅକ୍ତିଆର କୁ ଫେରେଇ ଆଣିବାରେ ସକ୍ଷମ ହୋଇଥିଲା l ବିଜେଡି ର ଜୟରାମ ପାଙ୍ଗି ପ୍ରଥମ କରି 96 ହଜାର 360 ଖଣ୍ଡ ଭୋଟ ବ୍ୟବଧାନ ରେ ବିଜୟ ହୋଇଥିଲେ l ଜୟାରମ ପାଙ୍ଗି ବିଜେଡି ର 312776 ଖଣ୍ଡ, ଗିରିଧାରୀ ଗମାଙ୍ଗ କଂଗ୍ରେସ ର 216416 ଓ ଉପେନ୍ଦ୍ର ମାଝୀ ବିଜେପି ର 111690 ଖଣ୍ଡ ଭୋଟ ପାଇଥିଲେ l 2014 ରେ ଝିହ୍ନ ହିକକା ବିଜେଡି ର 395109 ଗିରିଧାରୀ ଗମାଙ୍ଗ କଂଗ୍ରେସ ର 375781 ଓ ବିଜେପି ର ଶିବ ଶଙ୍କର ଉଲାକା 89788 ଖଣ୍ଡ ଭୋଟ ପାଇଥିଲେ ଝିହ୍ନ ହିକକା 19328 ଖଣ୍ଡ ଭୋଟ ବ୍ୟବଧାନ ରେ ବିଜୟ ହୋଇଥିଲେ l ଗତ 2019 ନିର୍ବାଚନ ରେ ସପ୍ତଗିରି ଉଲାକା କଂଗ୍ରେସ ର 371129 କୌଶଲ୍ୟା ହିକକା ବିଜେଡି ର 367 516 ଓ ବିଜେପି ର ଜୟରାମ ପାଙ୍ଗି 208398 ଖଣ୍ଡ ଭୋଟ ପାଇଥିଲେ ସପ୍ତଗିରି ଉଲାକା 3613 ଖଣ୍ଡ ଭୋଟ ବ୍ୟବଧାନ ରେ ବିଜୟ ହୋଇଥିଲେ l 2009 ରର ବିଜେଡି ବିପୁଳ ପରିମାଣ ଭୋଟରେ ବିଜୟ ହୋଇଥିଲା କିନ୍ତୁ 2014 ରେ ବିଜେଡି ର ବିଜୟ ର ପରିମାଣ କମିଯାଇଥିଲା କିନ୍ତୁ 2019 ରେ କମ ଭୋଟ ବ୍ୟବଧାନ ରେ ବିଜେଡି ପରାଜୟ ହୋଇଥିଲା ସେଥିପାଇଁ ଏହି ଆସନ କୁ ବିଜେଡି ପୁଣି ଥରେ ନିଜ କବଜା କୁ ନେବା ପାଇଁ ଅଣ୍ଟାଭିଡ଼ିଛି କଂଗ୍ରେସ ମଧ୍ୟ୍ୟ ପୁଣି ବିଜୟ ହୋଇ ନିଜର ସମ୍ମାନ ବଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଛି l ନିର୍ବାଚନ ତାରିଖ ଘୋଷଣା ସାରିଛି କିନ୍ତୁ କେଉଁ ଦଳ କାହାକୁ ପ୍ରାର୍ଥୀ ଙ୍କୁ ଟିକେଟ ଦେଉଛି ତାହା ସମସ୍ତ ଙ୍କୁ ସନ୍ଦେହ ଘେର ର ରଖିଛି l ବିଜେଡି ଏହି ଠାରେ ମହିଳା କାର୍ଡ ଖେଳି ପରେ ବୋଲି ଏହି ଆସନ ର ପୂର୍ବତନ ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକକା ନିଜର ସଭା ସମିତି ଜାରି ଜନ ସମ୍ପର୍କ ଜାରିରଖିଛି ଠିକ ସେହିପରି ରାୟଗଡା ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୟା ମାଝୀ ମଧ୍ୟ୍ୟ ଉଭୟ କୋରାପୁଟ ଓ ରାୟଗଡା ଜ଼ିଲ୍ଲା ର ଜନସାଧାରଣ କର୍ମୀ ନେତା ଙ୍କ ସହିତ ଯୋଗାଯୋଗ ରଖି ନିଜର ଅଭିଯାନ ଜାରିରଖିଛନ୍ତି କୋରାପୁଟ ଜ଼ିଲ୍ଲା ପରିଷଦ ଅଧକ୍ଷା ସସ୍ମିତା ମେଲକା ମଧ୍ୟ୍ୟ ବିଜେଡି ଟିକେଟ ରେସ ରହି ଲୋକସମ୍ପର୍କ ରେ ରହିଛନ୍ତି l କଂଗ୍ରେସ ର ସପ୍ତଗିରି ଉଲାକା, ଗିରିଧାରୀ ଗମାଙ୍ଗ, ଅଭିନାଶ ଗମାଙ୍ଗ ଜୟରାମ ପାଙ୍ଗି ଟିକେଟ ଲବିରେ ଥିବା ଆଲୋଚନା ଚାଲିଛି l ବିଜେପି ରୁ ବସନ୍ତ ଉଲାକା ଓ ଶିବ ସଂକର ଉଲାକା ଟିକେଟ ରେସ ରର ଥିବା ତ ସୂଚନା ମିଳିଛି l ପ୍ରାର୍ଥୀ ଙ୍କ ଟିକେଟ ଉପରେ ଦଳର ବିଜୟ ନିର୍ଭର କରୁଛି ତିନ ଦଳ ର ଉପଯୁକ୍ତ ପ୍ରାର୍ଥୀ ଙ୍କୁ ବିଜୟ କରିବା ନେଇ ଆଲୋଚନା ଚାଲିଛି l