ରାୟଗଡ଼ା ୧୫/୦୩(ଅମୁଲ୍ୟ ନିଶଙ୍କ) : ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଫାର୍ମାସୀ ବିଭାଗର ଅନ୍ତିମ ବର୍ଷର ଛାତ୍ରମାନଙ୍କୁ ବିଦାୟ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜର୍ମାନି ସ୍ଥିତ ମ୍ୟୁନିକ୍ ବିଶ୍ଵବିଦ୍ୟାଳୟ ର ରସାୟନ ବିଜ୍ଞାନର ପ୍ରଫେସର ଡ଼ଃ. ହେରେବତ୍ ରିପ୍ପିଲେ, କେମବ୍ରିଜ୍ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ସୁରେଶ ମହାପାତ୍ର, ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ଡ଼ଃ. ରାଜେଶ କୁମାର ପାଢୀ, ଫାର୍ମାସୀ ଅଧ୍ୟକ୍ଷ ଡ଼ଃ. ଚନ୍ଦ୍ର ସେଖେର ପାତ୍ର ଓ ନର୍ସିଂ ଅଧ୍ୟକ୍ଷ ଶ୍ରୀମତି କେ.ଉର୍ମିଳା ପ୍ରମୁଖ ମଞ୍ଚାଷିନ ଥିଲେ । ଏହି ବିଦାୟ ସମାରୋହରେ ଫାର୍ମାସୀ ବିଭାଗ ପ୍ରଥମ ବର୍ଷାରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ଅନ୍ତିମ ବର୍ଷର ଛାତ୍ରମାନଙ୍କୁ ବିଦାୟ ଦେଇଥିଲେ। ଏହି ଅବସରରେ ଉକ୍ତ ଅନୁଷ୍ଠାନ ର ନିର୍ଦ୍ଦେଶକ ଡ଼ଃ ପାଢ଼ୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜୀବନରେ ଅଗୋକୁ ବାଢ଼ିବା ପାଇଁ ନିରନ୍ତର ପ୍ରୟାସ କରିବା ଆବଶ୍ୟକ। ଛାତ୍ରଛାତ୍ରୀ ମାନେ କିଭଳି ଭାବେ ଚାକିରି କରି ନିଜେ ଆତ୍ମ ନିର୍ଭରଶୀଳ ହେବେ ସେ ସମ୍ପର୍କରେ ଦିଗ୍ଦର୍ଷଣ ପ୍ରଦାନ କରିଥଲେ। ସେହିପରି ମ୍ୟୁନିକ୍ ବିଶ୍ଵବିଦ୍ୟାଳୟ ର ରସାୟନ ବିଜ୍ଞାନର ପ୍ରଫେସର ଡ଼ଃ. ରିପ୍ପିଲେ ଛାତ୍ରଛାତ୍ରୀମାନେ କିଭଳି ଔଷଧିକ କ୍ଷେତ୍ରରେ ଅନୁସନ୍ଧାନ କରି ବିଭିନ୍ନ ରୋଗ ର ପ୍ରତିଷଧକ ଟିକା ପ୍ରସ୍ତୁତ କରିବା ଦିଗରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ସମସ୍ତ ଛାତ୍ରଛାତ୍ରୀ ମାନେ ନାଚ ଗୀତର ଆସୋରରେ ସମସ୍ତଙ୍କୁ ମନୁରଞ୍ଜିତ କରିଥଲେ । ଶେଷରେ ଛାତ୍ରଛାତ୍ରୀ ମାନେ ନିଜ ସାଙ୍ଗସାଥୀଙ୍କ ମେଳରେ ବିତେଇଥିବା ପ୍ରତିଟି ମୁହର୍ତ୍ତକୁ ମନେପକାଇ ଭାବପ୍ରବଣ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଦ୍ଭୋଗ କରିଥିଲେ।