ରାୟଗଡା,(ପ୍ରଫୁଲ କୁମାର ବେହେରା):- ସ୍ଥାନୀୟ ଭାକୁରୁଗୁଡା ଉଦ୍ୟାନ ବିଭାଗ ନର୍ସରୀ ଠାରେ ସକ୍ଷମ ନେତୃତ୍ୱରେ ପାଳନ ହେଲା ପ୍ରାନ୍ତୀୟ ଦିବ୍ୟାଙ୍ଗ ସମ୍ମିଳନୀ | ଏହି କାର୍ଯ୍ୟକ୍ରମକୁ ରାୟଗଡା ଭିନକ୍ଷମ ମହାସଂଘ ଓ ଓଡିଶା ବିକଳାଙ୍ଗ ମଞ୍ଚ ପୂର୍ଣ୍ଣ ସହଯୋଗ କରିବା ଦେଖିବାକୁ ମିଳିଥିଲା | ଏହି କାର୍ଯ୍ୟକ୍ରମ ରେ ୧୫୦ ରୁ ଅଧିକ ଦିବ୍ୟାଙ୍ଗ,ଦିବ୍ୟାଙ୍ଗ ମିତ୍ର ଉପସ୍ଥିତ ରହିବା ସହ, ଉପ ଜ଼ିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେଵୀ ମୁଖ୍ୟ ଅତିଥି, ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଇମ୍ଫାର ବରିଷ୍ଠ ସିଏସଆର ମ୍ୟାନେଜର ଓ ପିଆରଓ ଶକ୍ତି ପାଣିଗ୍ରାହୀ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ | ସୂଚନା ଥାଉକି ଯେ ସକ୍ଷମ ର ରାଜ୍ୟ ସଂରକ୍ଷକ ଡକ୍ଟର ବାଦଲ କୁମାର ତା ଙ୍କ ତତ୍ୱାବଧାନ ରେ ଅନେକ ଦିନପରେ ଜ଼ିଲ୍ଲା ର ବିଭିନ୍ନ ବ୍ଲକର ଦିବ୍ୟାଙ୍ଗମାନଙ୍କୁ ନେଇ ବଣଭୋଜି ମାଧ୍ୟମରେ ଏକ ପ୍ରାନ୍ତୀୟ ଦିବ୍ୟାଙ୍ଗ ସମ୍ମିଳନୀ ର ଆୟୋଜନ ହେଇଥିଲା | ଦିବ୍ୟାଙ୍ଗ ମାନଙ୍କ ଭିତରେ ଏକତା, ସମାଜରେ ସମ୍ମାନ, ଆର୍ଥିକ ସୁରକ୍ଷା, ସ୍ୱାବଲମ୍ବନ କିପରି ଆସିବ ସେବିଷୟରେ ଚର୍ଚ୍ଚା ହେଇଥିଲା | ସକ୍ଷମ ତରଫରୁ ପ୍ରତେକ ଦିବ୍ୟାଙ୍ଗଙ୍କୁ ଉପଢୌକନ ଭାବେ ଏକ ଟିଫିନ ବକ୍ସ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା | ପରିଶେଷରେ ସମସ୍ତ ଙ୍କ ପାଇଁ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା |
ସକ୍ଷମ ତରଫରୁ ପ୍ରାନ୍ତ ସଚିବ ରାମଚନ୍ଦ୍ର ସାହୁ, ସହ-ସଚିବ ଶ୍ୟାମ କୁମାର ଦାଶ, ଜ଼ିଲ୍ଲା ଦିବ୍ୟାଙ୍ଗ ସେବା କେନ୍ଦ୍ର ପାଳକ ଏମ ବିଦ୍ୟା ସାଗର ଉପସ୍ଥିତ ଥିଲେ | ସେଇପରି ଶଙ୍କର ପ୍ରଧାନ, ବିଦ୍ୟା ଭୂଷଣ ପଣ୍ଡା, ଅଜୟ ରଥ, ରବୀନ୍ଦ୍ର ପାଟଖଣ୍ଡାଳ, ବିଜୟ ଦାଶ, ଚିଣ୍ଟୁ ଚୌଧୁରୀ ଉପସ୍ଥିତ ରହି ସହଯୋଗ କରିଥିଲେ | ରାୟଗଡା ଭିନ୍ନକ୍ଷମ ମହାସଂଘ ଓ ଓଡିଶା ବିକଳାଙ୍ଗ ମଞ୍ଚରୁ ସଭାପତି ରାକେଶ ହିମିରିକା, ଉପ ସଭାପତି ସନ୍ତୋଷ ମହାପାତ୍ର, ସମ୍ପାଦକ ଜଳେନ୍ଦ୍ର ବାଚେଲି ଓ ଓଡ଼ିଶା ଆଦିବାସୀ ମଞ୍ଚର ଜିଲ୍ଲା ଆବାହକ ଦିବାକର ଶବର ପ୍ରମୁଖ ଉପସ୍ଥିତ ଥିଲେ | ଦିବ୍ୟାଙ୍ଗଙ୍କ ୫୦୦ ଟଙ୍କା ବୃଦ୍ଧି କରିଥିବାରୁ ହିମିରିକା ଓ ବାଚେଲି ଯଦିଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଦେଇଥିଲେ, ଦରଦାମ ବୃଦ୍ଧି ହେତୁ ଏହା ଯଥେଷ୍ଟ ନୁହେଁ ବୋଲି ମତ ପୋଷଣ କରି ଏହାକୁ ଅନ୍ତତଃ ୩୦୦୦ ଟଙ୍କା ବୃଦ୍ଧି କରିବାକୁ ଦାବି ରଖିଥିଲେ । ପ୍ରତି ଦିବ୍ୟାଙ୍ଗଙ୍କୁ ସରକାରଙ୍କ ଅନ୍ତୋଦୟ ଯୋଜନାରେ ୩୫ କିଲୋ ଚାଉଳ ଯୋଗାଇଦେବାକୁ ଶବର ଦାବି ରଖିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଏକ ଲିଫ୍ଟ ଓ ଜିଲ୍ଲାରେ ଏକ ଦିବ୍ୟାଙ୍ଗ ଥଇଥାନ କେନ୍ଦ୍ର ତୁରନ୍ତ ସ୍ଥାପନ କରିବାକୁ ଶ୍ୟାମ ଦାସ ଦାବି ରଖିଥିଲେ ।
ଦିବ୍ୟାଙ୍ଗ ମାନଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ସବୁ ଯଦିଓ ସମୁଦ୍ରକୁ ସଂଖେ ବୋଲି ଡି ଏସ ଏସ ଓ ମହାପାତ୍ର ମତ ଦେଇଥିଲେ, ତଥାପି ଉକ୍ତ ଯୋଜନାଗୁଡ଼ିକୁ କିପରି ସମସ୍ତଙ୍କୁ ଉପଯୁକ୍ତ ଭାବେ ମିଳିପାରିବ ଏହା କହି ସେ ପ୍ରାୟ ଅଧିକାଂଶ ଯୋଜନା ଗୁଡିକ ଉପରେ ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ । ଦିବ୍ୟାଙ୍ଗ ଭିକ ନୁହେଁ ହକ୍, ଦୟା ନୁହେଁ, ସମ୍ବେଦନା ଚାହେଁ ବୋଲି ବାଦଲ ତା କହିବା ସହ ସକ୍ଷମ ଦିବ୍ୟାଙ୍ଗଙ୍କ ସାମ୍ବିଧାନିକ ଅଧିକାର ପାଇଁ ଆଗାମୀ ଦିନରେ ତାର ଓକିଲାତି ଜାରି ରଖିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଅହଂ ଶୂନ୍ୟ ଭାବେ ଦିବ୍ୟାଙ୍ଗଙ୍କ “ପାଇଁ” ଯେତେ ନୁହେଁ, ସେମାନଙ୍କ “ସହ” ଖୁବ୍ ଜୀବନ ଉପଭୋଗ କଲେହିଁ ଅଧିକାଂଶ ସମସ୍ୟାର ସମାଧାନ ହୋଇପାରିବ ବୋଲି କଲ୍ୟାଣୀ ସଂଘମିତ୍ରା ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସର୍ବ ଶେଷରେ ସନ୍ତୋଷ ମହାପାତ୍ର ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଦିବ୍ୟାଙ୍ଗ ଅନୁଷ୍ଠାନ ଗୁଡ଼ିକ ତରଫରୁ ଉପସ୍ଥିତ ଅତିଥିଗଣ ଓ ସମସ୍ତ ଅଂଶ୍ରହଣକାରୀଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।