କୁତୁଲୁସିଙ୍ଗା ମାତା ମଠ ରେ ରତ୍ନ ମୁଦ ଉତ୍ସବ ପାଳିତ

ଅନୁଗୋଳ,୧୮/୦୨(ବୁଲୁ ଦଳେଇ):ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମଇମୁରା ପଞ୍ଚାୟତ ର କୁତୁଲୁଶୀଙ୍ଗା ମାତା ମଠ ରେ ରତ୍ନ ମୁଦ ଉତ୍ସବ ପାଳିତ ହୋଇ ଯାଇଛି। କଳସ ଯାତ୍ରା ସହ ନାମ ସଙ୍କୀର୍ତ୍ତନ କରାଯାଇଥିଲା । ଏବଂ ଧାନ, ମୁଗ ବିରି ଶସ୍ୟ ଏବଂ ଅଷ୍ଟ ଧାତୁ ଦେଇ ମନ୍ଦିର ର ମୁଣ୍ଡି ମରା ଯାଇଥିଲା । ଯଜ୍ଞ୍ୟ ମଧ୍ୟ କରା ଯାଇଥିଲା। ଏହାର ମୁଖ୍ୟ ଦାୟିତ୍ଵ ମଳୟ କୁମାର ପ୍ରଧାନ ତୁଲାଇ ଥିବା ବେଳେ। କୂତୁଲୁ ସୀଙ୍ଗା ଗ୍ରାମ ବାସୀ ସହଯୋଗ କରିଥିଲେ। ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିବ ବେଳେ ପ୍ରଫୁଲ୍ଲ କୁମାର ପ୍ରଧାନ, ଭୁବନ ପ୍ରଧାନ, ସତ୍ୟାନନ୍ଦ ରାଉତ, ଗୋପାଳ ରାଉତ ପ୍ରମୁଖ ସହ ଯୋଗ କରିଥିଲେ । ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଭାଜପା ନେତା ସଞ୍ଜୀବ ସାହୁ, ବିଜେଡ଼ି ବରିଷ୍ଠ ନେତା ନଳିନୀ କାନ୍ତ ପ୍ରଧାନ ଯୋଗ ଦେଇ ପ୍ରଭୁ କୃପା ଲାଭ କରିଥିଲେ।