ରାୟଗଡା,୧୮/୦୨( ଅମୁଲ୍ୟ ନିଶଙ୍କ):ରାୟଗଡା ସଦର ମୋହକୁମା ଠାରୁ ମାତ୍ର 5 କିଲୋମିଟର ଦୂରରେ ଜାତୀୟ ରାଜପଥ 326 କଡ଼ରେ କୋତାପେଟା ୟୁବ ଆଶ୍ସୋସିଏସନ ପକ୍ଷରୁ କୋତାପେଟା ଠାରେ ପ୍ରଥମ ଜାତୀୟ ଭଲି ବଲ ଟୁର୍ନାମେଣ୍ଟ ର ଆରମ୍ଭ ହୋଇଯାଇଛି l ପ୍ରଥମ ଦିନରେ ପୁଲ ଇ ରୁ 8 ଗୋଟି ଓ ପୁଲ ବି ରୁ 8 ଗୋଟି ଟିମ ଖେଳିଥିଲେ l ଆଜିର ଏହି ଉଦଘାଟନୀ ମେଚ ରେ ମୁଖ୍ୟ ଅତିଥି ଭାବେ ରାୟଗଡା ଟ୍ରକ ମାଲିକ ସଙ୍ଘ ସଭାପତି ତଥା ରାୟଗଡା ଜ଼ିଲ୍ଲା ର ବରିଷ୍ଠ ବିଜେଡି ସଂଗଠକ ୟାଲା କୋଣ୍ଡା ବାବୁ ଯୋଗ ଦେଇ ଭଗବାନ ଙ୍କ ଫୋଟ ଚିତ୍ର ରେ ପ୍ରଦୀପ ପ୍ରଜ୍ୱଳନ କରି ଖେଳ ର ଶୁଭାରମ୍ଭ କରିଥିଲେ l ଜ଼ିଲ୍ଲା ରେ ପ୍ରଥମ କରି ଜାତୀୟ ଭଲି ବଲ ଟୁର୍ନାମେଣ୍ଟ ଆୟୋଜନ ହୋଇଥିବା ରୁ ଆୟୋଜକ କୁ କୋଣ୍ଡା ବାବୁ ଅଭିନନ୍ଦନ ଜଣାଇବାସହିତ ତାଙ୍କୁ ପ୍ରସଂଶା କରିଛନ୍ତି l ଅଞ୍ଚଳ ରେ ବିଭିନ୍ନ ପ୍ରକାର ର କ୍ରୀଡା ପ୍ରତିଯୋଗିତା ମାନ ପ୍ରତ୍ୟକ ଗ୍ରାମ ରେ ଅନୁଷ୍ଠିତ ହେବାରୁ ଗାଁ ଗାଁ ମଧ୍ୟରେ ଉତ୍ତମ ସମ୍ପର୍କ ସହିତ ଭାଇଚାରା ବୃଦ୍ଧି ପାଇଛି l ଯେତେ ଯାହା ଶତ୍ରୁ ଥିଲେ ମଧ୍ୟ୍ୟ ଏହି କ୍ରୀଡା ପ୍ରତିଯୋଗିତା ଆମକୁ ଏକ ସ୍ଥାନ ରେ ବାନ୍ଧି ରଖିପାରିଛି ଓ ଖେଳାଳି ମାନେ ନିଜ ନିଜ ର ପରିଡାଶକତା ଦେଖାଇ ଜ଼ିଲ୍ଲା ରାଜ୍ୟ ତଥା ରାଜ୍ୟ ବାହାରେ ଆମ ରାୟଗଡା ଜ଼ିଲ୍ଲା ର ଖେଳାଳି ମାନେ ସ୍ବର୍ଣ୍ଣ, ରୋପ୍ୟ ଓ ବ୍ରୋଂଜ଼ ପଦକ ବିଜୟ ହାସଲ କରି ରାୟଗଡା ଜ଼ିଲ୍ଲା ର ନା କୁ ଦେଶରେ ପରିଚିତ କରାଇପାରିଥିବାରୁ ପଦକ ବିଜେତା ଖେଳାଳି ଙ୍କୁ ପ୍ରସଂଶା କରିଥିଲେ l ଆଜିର ଏହି ଉଦଘାଟନୀ ଉତ୍ସବ ରେ ସମ୍ମାନିତ ଅତିଥି ଭାବେକୋତାପେଟା ର ପୂର୍ବତନ ସରପଞ୍ଚ ପ୍ରସାଦ ହୁଇକା,କୋତାପେଟା ନାଏବ ସରପଞ୍ଚ ଙ୍କ ସ୍ୱାମୀ ହରି ହର ହିମରିକା,ବଡ଼ ଖିଲାପଦର ସରପଞ୍ଚ ମାଦା ରାଓ କଣ୍ଡଗୋରି, ଦୁନ୍ଦୁଲି ପଂଚାୟତ ର ବରିଷ୍ଠ ୟୁବ ବିଜେଡି ନେତା ଯୋଗେଶ ଭତରା,ବରିଷ୍ଠ ଆଇନଜୀବୀ ବିରଜା ପାତ୍ର, କେ ସି ପଟ୍ଟନାୟକ,ରାୟଗଡା ଲ୍ୟାମ୍ପ ସଭାପତି ଚକ୍ର ଧର ବିଡ଼ିକା,ଜ଼ିଲ୍ଲା ୟୁବ ବିଜେଡି ସମ୍ପାଦକ କେ ଶ୍ରୀନିବାସ, ରାଜ୍ୟ ଛାତ୍ର ଜନତା ଉପସଭାପତି ବିନାୟକ ପୋଲାଈ, ମଣି ରତ୍ନମ,ଯୋଗଦେଇ ମଞ୍ଚସିନ ହୋଇଥିଲେ l କୋତାପେଟା ୟୁବ ଆଶ୍ସୋସିଏସନ ଉପସଭାପତି ବାଙ୍ଗାରି ଦିନାଙ୍କର ଙ୍କ ସମତେ ଅନ୍ୟ ସଦସ୍ୟ ମାନେ ଏହି ଟୁର୍ନାମେଣ୍ଟ କୁ ଶାନ୍ତି ଶୃଙ୍ଖଳା ର ସହିତ ପ୍ରଥମ ଦିନର ଖେଳ ପରିଚାଳନା କରିଥିଲେ l ଏହି ଖେଳ ଦେଖିବା ପାଇଁ ଏହି ଅଞ୍ଚଳ ତଥା ପୋଡ଼ଶୀ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ରୁ ବହୁ ଦର୍ଶକ ଯୋଗଦେଇ ଖେଳ ର ମଜା ନେଇଥିଲେ l ଏହି ଟୁର୍ନାମେଣ୍ଟ ଟି ଆସନ୍ତା 19/02/2024 ରେ ଉଦଯାପିତ ହେବ l