ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଧାରଣାରେ ଯୋଗଦେଲେ ସାଂସଦ ମହେଶ ସାହୁ

ଢେଙ୍କନାଳ,୧୭/୨(ଶୁଭମ ପାଣି): ଗ୍ରାମ୍ୟ କୃଷି କର୍ମଚାରୀ ଏବଂ ମହିଳା ଗ୍ରାମ୍ୟ କୃଷି କର୍ମଚାରୀଙ୍କର ଶାନ୍ତିପୂର୍ଣ୍ଣ ଧାରଣର ୫ମ ଦିନରେ ଢେଙ୍କାନାଳ ମାନ୍ୟବର ସାଂସଦ ମହେଶ ସାହୁ ଉପସ୍ଥିତ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିବା ଗ୍ରାମ୍ୟ କୃଷି କର୍ମଚାରୀ ଏବଂ ତାଙ୍କର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ପାଢୀଙ୍କର ଉପସ୍ଥିତିରେ ୬ଗୋଟି ଦାବୀ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ଏବଂ ହୃଦ୍‌ଭୋଧ କଲେ ଯେ, ଏହି ଦାବୀଗୁଡିକ ନ୍ୟାର୍ଯ୍ୟ । ଏତେ ସନ୍ଥ ବେତନରେ କିଭଳି ଗ୍ରାମ୍ୟ କୃଷି କର୍ମଚାରୀ କାର୍ଯ୍ୟ କରୁଛନ୍ତି ବୋଲି ଆଶ୍ଚର୍ଯ୍ୟ ହୋଇଥିଲେ । ତତ୍‌ସହିତ କ୍ୟାଡର ପୁନର୍ଗଠନ, ଶିକ୍ଷାଗତ ଯୋଗ୍ୟତା +୩ ବିଜ୍ଞାନକୁ ବୃଦ୍ଧି ସପକ୍ଷରେ ସମର୍ଥନ ଜଣାଇଥିଲେ । ୨୧ଶହ ଶତାବ୍ଦୀରେ କିପରି ଗ୍ରାମ୍ୟ କୃଷି କର୍ମଚାରୀ ସାଇକେଲ୍ ବାବଦକୁ ମାସକୁ ମାତ୍ର ୩୩୦ ଟଙ୍କା ପାଉଛନ୍ତି ତାହା ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ସ କାର୍ଯ୍ୟ କରିବା ପାଇଁ ମୋବାଇଲ୍‌ରେ ସମ୍ଭବ ହୋଇପାରିବ ନାହିଁ, ସେଥ‌ିପାଇଁ ଲାପ୍‌ଟପ୍‌ର ଆବଶ୍ୟକ‌ତା ଅଛି ବୋଲି କହିଥିଲେ । ଏହି ଶାନ୍ତିପୂର୍ଣ୍ଣ ଧାରଣାରେ ପ୍ରଶାନ୍ତ କୁମାର ରାଉତ, ଅସିତ କୁଜୁର, ମାମିନା ସାଇଁ, ମନୋଜା ମଞ୍ଜରୀ ଶତପଥୀ, ତପସ୍ବିନୀ ଆଏଚ, ଆଲୋକ କୁମାର ପାଣିଗ୍ରାହୀ, ଚିନ୍ମୟ ପଣ୍ଡା, ଶିଶିର ସାହୁ, ରୁଚିସ୍ମିତା ନାୟକଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗ୍ରାମ୍ୟ କୃଷି କର୍ମଚାରୀମାନଙ୍କ ନ୍ୟାର୍ଯ୍ୟ ଦାବୀ ସପକ୍ଷରେ ମଧ୍ୟ ସାଂସଦ ଶ୍ରୀ ସାହୁଙ୍କୁ ଅବଗତ କରାଇଥିଲେ । ସମସ୍ତ ପ୍ରକାର କୃଷି କାର୍ଯ୍ୟରେ ବାଧାପ୍ରାପ୍ତ ହେଲାଣି ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରକାଶ କରିଥିଲେ ।