ରାୟଗଡା,(ଅମୁଲ୍ୟ ନିଶଙ୍କ) :ବିଷମକଟକ କଲ୍ୟାଣ ମଣ୍ଡପ ରେ ପଞ୍ଚାୟତସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା ଯୋଶଦା ହୁଇକା, ଜ଼ିଲ୍ଲା ପରିଷଦ ସଭ୍ୟା ସୁଜାତା କାଡ୍ରକା, ବ୍ଲକ ଉପାଦକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ, ଆମ ଓଡିଶା ନବୀନ ଓଡିଶା ରାୟଗଡା ଜ଼ିଲ୍ଲା ସଂଯୋଜକ ପୁ ଗୌରୀ ଶଙ୍କର, ବରିଷ୍ଠ ବିଜେଡି ସଂଗଠକ ତଥା ଟାଣୁଆ ୟୁବ ନେତା ଡେସିଟି ଶିବ ପ୍ରସାଦ, ବ୍ଲକ ଉନୟନ ଅଧିକାରୀ ସଦାଶିବ ନାୟକ, ବିଷମକଟକ ସରପଞ୍ଚ ନମିତା କୁଲେସିକା ଅତିଥିଭାବେ ଯୋଗଦେଇ ପ୍ରଭୁ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପୁଷ୍ପା ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଏହୁ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପଂଚାୟତ ରେ ରାଜ୍ୟ ସରକାର ଙ୍କ ଦ୍ୱାରା ହୋଇଥିବା ଉନୟନ ମୂଳକ କାର୍ଯ୍ୟ ଓ ଯୋଜନା ସବୁ ବିଷୟରେ ଜନସାଧାରଣ ଙ୍କୁ ସଚେତନତା କରାଯାଇଥିଲା l ଜଗନ୍ନାଥ ମନ୍ଦିର ଚତୁର୍ପାଶ୍ୱ ରେ ପରିକ୍ରମା ପ୍ରକଳ୍ପ, ଧାର୍ମିକ ଅନୁଷ୍ଠାନ ଗୁଡିକ ର ରୂପାନ୍ତିକରଣ, କ୍ରୀଡା ଭିତ୍ତି ଭୂମିର ବିକାଶ ସହିତ ଯାତ୍ରୀ ପାରିବହନ ବ୍ୟବସ୍ଥାରେ ଲକ୍ଷ୍ମୀ ବସ ଯୋଜନା ମାଧ୍ୟମରେ ଯାତାୟାତ ସୁବିଧା ହୋଇଥିବା ନେଇ ସଚେତନ ବାର୍ତ୍ତା ଜନସାଧାରଣ ଙ୍କ ପାଖରେ ପହଞ୍ଚାଇଥିଲେ l ଏଲଇଡ଼ି ଟିଭି ମାଧ୍ୟମରେ ଏହି ପଂଚାୟତ ରେ ହୋଇଥିବା ଉନତି ମୂଳକ କାର୍ଯ୍ୟ ର ଝଲକ ଜନସାଧାରଣ ଙ୍କୁ ଦେଖାଯାଇଥିଲା l ପରିଶେଷରେ ଶିଶୁ କଳାକାର ଙ୍କ ଦ୍ୱାରା ସାଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଟିକୁ ପଂଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ନାରାୟଣ ବ୍ରହ୍ମା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପରିଚାଳିତ ହୋଇଥିଲା l