ବୀରମହାରାଜପୁର,(ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରାଣୀପୁର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ର ଦ୍ୱାଦଶ ବାର୍ଷିକୋତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଭଗବାନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ବୀରମହାରାଜପୁର ତହସିଲଦାର ଆମ୍ବୃତଲାଲ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ l ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ସମ୍ମାନିତ ଅତିଥି,ମୁଖ୍ୟବକ୍ତା ଭାବରେ ବୀରମହାରାଜପୁର ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ର ଅଧ୍ୟାପକ ପ୍ରକାଶ ସେଟ ଯୋଗଦେଇ ବୈଜ୍ଞାନିକ ଶେଷ କିସାନ ଭଳି ପରିଶ୍ରମି ହେବାକୁ ପରାମର୍ଶ ଦେଇଥିଲେ l ଟ୍ରଷ୍ଟ ର ସମ୍ପାଦକ ମନୋରଞ୍ଜନ ଦାଶ ସଭାପରିଚାଳନା କରିଥିବାବେଳେ, ନବାରୁଣ ଦେବଦତ୍ତ ଶତପଥୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଦ୍ବିତିକୃଷ୍ଣ ପଣ୍ଡା, ଯୋଗଦେଇଥିଲେ l ବିଭିନ୍ନ ବର୍ଗ ର ପାରଦର୍ଶିତା ଥିବା ବ୍ୟକ୍ତିବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା, କର୍ମଯୋଗୀ ସମ୍ମାନ ରେ ବୀରମହାରାଜପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ, ସାମ୍ବାଦିକ ଯୁଗଳ ମିଶ୍ର ଙ୍କୁ ସମାଜସେବୀ ପୁରସ୍କାର, କିଶୋର ହୋତା ଙ୍କୁ କର୍ମବୀର ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ଆଲୋକ ଦେହେରି ଙ୍କୁ ପ୍ରକୃତିବନ୍ଧୁ ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ଅରମାନ ପଣ୍ଡା ଙ୍କୁ ମେଧା ସମ୍ମାନ ରେ ଓ ପ୍ରଦୀପ ମିଶ୍ର ଙ୍କୁ ଶ୍ରେଷ୍ଠ ଅଭିଭାବକ ଭାବରେ ସମ୍ମାନ ପ୍ରଦାନ କରାଯାଇ ଥିଲା l ଶ୍ରୀଅରବିନ୍ଦ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବରେ ଛାତ୍ର ଛାତ୍ରୀ ମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ରଶ୍ମିତା ଷଡ଼ଙ୍ଗୀ, ସମାଜସେବୀ କିଶୋର ହୋତା, ସାମ୍ବାଦିକ ସନାତନ ନାଗ କୃତି ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ lଶେଷରେ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।