ଅଣ୍ଟାରୀଗୁଡା ଓ ହାତିପଥର ଅଞ୍ଚଳ ର ସହ ସହ ଏକର ଜମି ଲୀନ ହେବ ନାଗାବଳି ନଦୀଗର୍ଭ ରେ

ରାୟଗଡା,୦୫/୦୨(ଅମୁଲ୍ୟ ନିଶଙ୍କ): ରାୟଗଡା ପୌରପାଳିକା ର ଅଣ୍ଟାରୀଗୁଡା ଓ ହାତିପଥର ଅଞ୍ଚଳ ର ସହ ସହ ଏକର ଜମି ନାଗାବାଳି ନଦୀରେ ଲୀନ ହେବାକୁ ଯାଉଥିବାର ସ୍ଥାନୀୟ ବାସି ଅଭିଯୋଗ କରିଛନ୍ତି l ସ୍ଥାନୀୟ ବାସୀଙ୍କ କହିବାମୁତାବକ ରାୟଗଡା ସହର ର ବିଭିନ୍ନ ଅଞ୍ଚଳ ରୁ ନିର୍ଗତ ଦୂଷିତ ପାଣିଏକ ନାଳ ମାଧ୍ୟମରେ ଅଣ୍ଟାରୀଗୁଡା ଓ ହାତିପଥର ମଧ୍ୟ୍ୟ ଦେଇ ନାଗାବଳି ନଦୀରେ ମିଶୁଛି l ଏହି ନାଳ ପାଣି ଯେଉଁଠାରେ ମିଶୁଛି ସେହି ସ୍ଥାନ ରେ ଜମି ମାନ ଆସ୍ତେ ଆସ୍ତେ କଟି ନଦୀରେ ଲୀନ ହେବାର ଦେଖାଦେଇଛି l ସୂଚନା ଯୋଗ୍ୟଯେ ବର୍ଷା ଦିନେ ଏହି ନାଗାବଳି ନଦୀରେ ବନ୍ୟା ଆସି ଏହି ଅଞ୍ଚଳ ରେ ଧକ୍କା ଦେଇ ମାଟି ଭୁଶୁଡି ଯାଉଛି l ଯେଉଁଠାରେ ନାଗାବାଳି ନଦୀରେ ଏହି ନାଳ ପାଣି ମିଶୁଛି ସେହି ସ୍ଥାନ ରେ ନାଗାବଳି ନଦୀ ବହୁ ତଳ ରେ ଥିବାରୁ ଏହି ନାଳ ପାଣି ଉପରୁ ତଳକୁ ଆସି ନଦୀରେ ମିଶିବା ସମୟରେ ଜମି ଗୁଡିକ ଭୁଶୁଡି ଯାଉଛି ବୋଲି ସ୍ଥାନୀୟ ବାସି ଅଭିଯୋଗ କରିଛନ୍ତି l ଖରାଦିନେ ଯଦି ପାଣି ଆସି ଏପରି ଅବସ୍ଥା ତାହା ହେଲେ ବର୍ଷା ଦିନେ କଣ ନ ହେବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି l ଏହି ହାତିପଥର ଓ ଅଣ୍ଟାରୀଗୁଡା ଅଞ୍ଚଳ ରେ ଜନବସତି ନୂତନ ଭାବେ ଗୋଡ଼ିଉଠିଛି l ଏଥି ପାଇଁ ସ୍ଥାନୀୟ ବାସି ଏହି ନାଗାବଳି ନଦୀ ଅବବାହିକାରେ ଏହି ଅଞ୍ଚଳ ଜମିର ସୁରକ୍ଷା ନିମନ୍ତେ ଏକ ପଥର ବନ୍ଧ ନିର୍ମାଣ ନିମନ୍ତେ ଦାବୀ କରୁଛନ୍ତି l ପଥର ବନ୍ଧ ଯଦି ନିର୍ମାଣ ହେଲେ ଅଞ୍ଚଳ ବାସି ଉପକୃତ ହେବା ସହିତ ନଦୀରେ ଲୀନ ହେବା ପୂର୍ବରୁ ବଞ୍ଚିଯିବେ ବୋଲି ସ୍ଥାନୀୟ ବାସି କହୁଛନ୍ତି l ଏଥିପାଇଁ ଜଳସମ୍ପଦ ବିଭାଗ ଦୃଷ୍ଟି ଦେବା ପାଇଁ ଦାବୀ ହେଉଛି l