ରାୟଗଡା,୦୫/୦୨(ଅମୁଲ୍ୟ ନିଶଙ୍କ ):ରାୟଗଡା ଜ଼ିଲ୍ଲା ର ପାହାଡ଼ ପର୍ବତ ଘେରା ନିୟମଗିରି ପାହାଡ଼ ରେ ପ୍ରଥମ କରି ଫଳିଛି ଷ୍ଟ୍ରବେରୀ l ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ଯୁବକ ଲାକୁନ ଜାକାଶିକା ନିଜର ଅକ୍ଲାନ୍ତ ପରିଶ୍ରମ କରି ଏହି ନିୟମଗିରି ପାହାଡ଼ ରେ ନିଜ ଜମିରେ ଷ୍ଟ୍ରବେରୀ ଚାଷ କରିବା ରେ ସଫଳ ହୋଇପାରିଛନ୍ତି l ପ୍ରଥମ କରି 10 କିଲୋ ଷ୍ଟ୍ରବେରୀ ତୋଳି କିଲୋ ପ୍ରତି 500 ଟଙ୍କା ରେ ବିକ୍ରି କରି ଲାକୁନ ବେଶ ଖୁଶୀ ପ୍ରକାଶ କରିଛନ୍ତି l ଲାକୁନ କହିଛନ୍ତି ଯେ ଏହି ଷ୍ଟ୍ରବେରୀ ଚାଷ ପାଇଁ ରାୟଗଡା ଜ଼ିଲ୍ଲା ର ପୂର୍ବତନ ଜ଼ିଲ୍ଲାପାଳ ସ୍ଵଧା ଦେବ ସିଂ, ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ଆଦିବାସୀ ଜନଜାତି ତଥା ପଛୁଆ ବର୍ଗ ଉନୟନ ଓ ଆଇନ ବିଭାଗ ଓଡିଶା ସରକାର ଓ ଓପିଲିପି ର ପ୍ରୋଜେକଟ ମ୍ୟାନେଜର ସୁଦର୍ଶନ ପାଢ଼ୀ ଙ୍କ ପରାମର୍ଶ କ୍ରମେ ମୁଁ ଏହି ଚାଷ ଆରମ୍ଭ କରି ପ୍ରଥମ କରି 10 କିଲୋ ଷ୍ଟ୍ରବେରୀ ତୋଳି ବାରେ ସକ୍ଷମ ହୋଇପାରିଛି l ସେ ପୁଣି କହିଛନ୍ତି ଯେ ପ୍ରଥମ ଫଳ ମା ଧରଣୀ ପେନୁ ଙ୍କ ଠାରେ ପୂଜା କରି ଥିଲି l ଯାହାଙ୍କ ପାଇଁ ଆଜି ମୁଁ ଏହି ପାହାଡ଼ ଉପରେ ଷ୍ଟ୍ରବେରୀ ଫଳେଇ ପାରିଛି ମୁଁ ତାଙ୍କୁ ଜୀବନରେ କେବେ ଭୁଲିପାରିବିନି ନାହିଁ ବୋଲି କହିଥିଲେ l ମନ୍ତ୍ରୀ ଓ ପୂର୍ବତନ ଜ଼ିଲ୍ଲାପାଳ ଙ୍କୁ ମୁଁ କିଛି ଷ୍ଟ୍ରବେରୀ ଉପହାର ପ୍ରଦାନ କରିଥିଲି ବୋଲି କହିଛନ୍ତି l ଦୁହେଁ ଖୁଶୀ ବ୍ୟକ୍ତ କରି ଆଗକୁ ଅନ୍ୟ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ କହିଥିବା ପ୍ରକାଶ କରିଛନ୍ତି l ପ୍ରଥମ କରି ଫଳ ତୋଳିବା ସମୟରେ ସ୍ଥାନୀୟ ଡ଼ଙ୍ଗରିଆ କନ୍ଧ ଉନୟନ ସଂସ୍ଥା ର ସ୍ୱତନ୍ତ୍ର ଅଧିକାରୀ ଜଗତ ଜୀବନ ବଗର୍ତ୍ତୀ ଓ ଓପିଲିପି ର ପ୍ରୋଜେକଟ ମ୍ୟାନେଜର ସୁଦର୍ଶନ ପାଢ଼ୀ, କନିଷ୍ଟ କୃଷି ଅଧିକାରୀ ଦେବଜ୍ୟୋତି ଜେନା, ତପନ କୁମାର ନାୟକ ସ୍ଥାନୀୟ କୁର୍ଲି ସରପଞ୍ଚ ସୁବର୍ଧନୀ ୱାଡ଼କା ଉପସ୍ଥିତ ରହିଥିଲେ l ଡିକେଡିଏ ଓ ଓପିଲିପି ସଂସ୍ଥା ର ସହଯୋଗ ରେ ଲାକୁନ ଚାଷ ଆରମ୍ଭ କଥା କହିଛନ୍ତି l ଓପିଲିପି ର ସୁଦର୍ଶନ ପାଢ଼ୀ ସାର ସବୁବେଳେ ଚାଷ ଆରମ୍ବ ରୁ ଫଳ ଫଲିବା ପର୍ଯ୍ୟନ୍ତ ସହଯୋଗ କରିଆସୁଥିଲେ ବୋଲି ଜଣାଇଛନ୍ତି l ପ୍ରଥମ କରି ଗତ ଜ଼ିଲ୍ଲା ସ୍ତରୀୟ ଜନଜାତି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଡିକେଡ଼ିଏ ଓ ଓପିଲିପି ଏକ ଷ୍ଟଲ ଖୋଲି ଏହି ନିୟମଗିରି ର ଷ୍ଟ୍ରବେରୀ ବିକ୍ରି କରିଥିଲେ l ଆଗାମୀ ଦିନରେ ଏହି ଷ୍ଟ୍ରବେରୀ କୁ ଏକ ପ୍ଲାଷ୍ଟିକ ବାକ୍ସ ରେ ପ୍ୟାକ କରି ବଜ଼ାର କୁ ପଠାଇବାର ବ୍ୟବସ୍ତା କରାଯିବ ବୋଲି ଓପିଲିପି ପ୍ରୋଜେକଟ ମ୍ୟାନେଜର ସୁଦର୍ଶନ ପାଢ଼ୀ କହିଛନ୍ତି l