ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଏବଂ ଆମ ଓଡିଶା ନବୀନ ଓଡିଶା ସଚେତନ ଶିବିର ଗୁଣପୁର ପୌର ପରିଷଦ ପକ୍ଷରୁ ଅୟୋଜିତ ହୋଇଯାଇଛି .

ଗୁଣପୁର,(ସିଦ୍ଧାର୍ଥ ଦାସ): ରାୟଗଡା ଜିଲ୍ଲା ଗୁଣପୁର ସଦର ମହକୁମା ଟାଉନ୍ ହଲ୍ ଠାରେ ଗୁଣପୁର ପୌର ପରିଷଦ ତରଫରୁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଓ ଆମ ଓଡ଼ିଶା ନବୀନ ଓଡିଶା ସଚେତନ ଶିବିର ଆୟୋଜିତ ହୋଇଯାଇଛି .ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଗୁଣପୁର ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ପୌର ପରିଷଦ ଗୁଣପୁର ର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼, ଉପ ଜିଲ୍ଲାପାଳ ଗୁଣପୁର ସୁଶ୍ରୀ କିରଣଦୀପ କୋର୍ ସହୋଟା , ପୌର ପରିଷଦ ର ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ , ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସ୍ଵସ୍ତିକ ଜମାଦାର ପ୍ରମୁଖ ଉପସ୍ଥିତ ରହି ମଞ୍ଚାସୀନ ରହିଥିଲେ . କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଏବଂ କଣ୍ଠଶିଳ୍ପୀ ସିଦ୍ଧାର୍ଥ ଦାଶ ଙ୍କ ଦ୍ଵାରା ଭଜନ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ କୁନି କୁନି ଶିଶୁ ମାନଙ୍କ ଦ୍ଵାରା ଓଡିଶୀ ଓ ଭଜନ ସଙ୍ଗୀତ ନୃତ୍ୟ ପରିବେଷଣ କରାଯାଇଥିଲା . ଉପସ୍ଥିତ ଅତିଥି ମାନେ ଏହି କାର୍ଯ୍ୟକ୍ରମର ଗୁରୁତ୍ବ ଏବଂ ଓଡ଼ିଆ ଭାଷାର ସୁଦୀର୍ଘ ଇତିହାସ ବିଷୟରେ ଆଲୋଚନା କରିଥିଲେ। ଉପସ୍ଥିତ ବରିଷ୍ଟ ସାହିତ୍ୟିକ ଶ୍ରୀ ନରସିଂହ ପ୍ରସାଦ ଦାଶ ଓଡ଼ିଆ ସାହିତ୍ୟ ଓ ଆମ ସଂସ୍କୃତି ଉଭୟର ସାମାଜିକ ଜୀବନ ସହ କିପରି ଅଙ୍ଗାଙ୍ଗୀ ଭାବରେ ଜଡିତ ତାହା ଦର୍ଶାଇ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ କବିତା ଆସର ର ଆୟୋଜନ କରାଯାଇଥିଲା ସେଥିରେ ଗୁଣପୁର ମାଟି ର ବିଶିଷ୍ଟ କବି ଓ କବୟତ୍ରୀ ଯଥା ନରସିଂହ ପଟ୍ଟନାୟକ, ସଂଯୁକ୍ତା ତ୍ରିପାଠୀ , ରଜନୀ ରାଣୀ ମିଶ୍ର ଓ ବାଣୀଶ୍ରୀ ମହିଳା ସଂଘ ର ସଭାପତି କବିତା ପାଠ କରିଥିଲେ . କାର୍ଯ୍ୟକ୍ରମ ପରିଶେଷରେ ଗୁଣପୁର ମାଟି ର ଗର୍ବ ଓ ଗୌରବ ଭାବେ ପରିଚିତ ବିଶିଷ୍ଟ କବି ଶ୍ରୀ କାଳୀ କିଙ୍କର ମିଶ୍ର , ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ନରସିଂହ ଦାଶ, ବିଶିଷ୍ଟ କବି ଓ ଲେଖକ ଶ୍ରୀ ପ୍ରତାପ ରାୟ , କବୟତ୍ରୀ ସଂଯୋଜିକା ଶ୍ରୀମତୀ ବେବି ରାଣୀ ନନ୍ଦ , ଯୁବ ସଂଯୋଜିକା ଭାବେ ଶ୍ରାବଣୀ ରଥ ଙ୍କୁ ପୁଷ୍ପଗୁଚ୍ଛ , ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା . ଆଜିର କାର୍ଯ୍ୟକ୍ରମ ର ଉଦଘୋଷକ ତଥା ଯୁବ ସଂଯୋଜିକା ଭାବେ ସୁଶ୍ରୀ ଶ୍ରାବଣୀ ରଥ ମଞ୍ଚ ସଂଯୋଜନା କରିଥିବା ବେଳେ ପୌର ପରିଷଦ ର ମୁକ୍ତା ଯନ୍ତ୍ରୀ ଶ୍ରୀ ରବିନ୍ଦ୍ର ନାଥ ଦାଶ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ . କାର୍ଯ୍ୟକ୍ରମ ରେ ପରିଷଦ ର ସମସ୍ତ କାଉନ୍ସିଲର , ଗଣ ମାଧ୍ୟମ ପ୍ରତିନିଧି , ବାଳିକା ମହାବିଦ୍ୟାଳୟ ର ବହୁ ଛାତ୍ରୀ ଏବଂ ଗୁଣପୁର ଅଞ୍ଚଳ ର ବୁଦ୍ଧିଜିବୀ ଓ ଜନସାଧାରଣ ମାନେ ଉପସ୍ଥିତ ରହିଥିଲେ . ଗୁଣପୁର ରେ ପ୍ରଥମ କରି ଏଭଳି ଏକ କାର୍ଯ୍ୟକ୍ରମ ହୋଇଥିବାରୁ ସାଧାରଣ ରେ ପୌର ପରିଷଦ କୁ ଭୂୟସୀ ପ୍ରଶଂସା କରାଯାଇଛି .