ସରକାରୀ ଉଚ୍ଚ ବିଦ୍ୟାଳୟ କେରଡା ବାର୍ଷିକ ଉତ୍ସବ ପାଳିତ

ରାୟଗଡା,୨୯.୦୧.୨୪(ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ର ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅତି ଆନନ୍ଦ ର ସହ ପାଳିତ ହୋଇଯାଇଛି l ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜଗତ ର ନାଥ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପୁଷ୍ପା ମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ବ କରିଥିଲେ l ସ୍କୁଲ ର ଛାତ୍ରୀ ମାନଙ୍କ ଦ୍ୱାରା ଅତିଥିମାନଙ୍କୁ ସ୍ୱାଗତ ସଂଗୀତ ମାଧ୍ୟମରେ ରେ ସ୍ୱାଗତ କରିଥିଲେ l ସ୍କୁଲ ର ପ୍ରଧାନ ଶିକ୍ଷକ ଭିଭିଷଣ ଛିଞ୍ଚୁଆନ ଅତିଥି ପରିଚୟ ସହିତ ସ୍କୁଲ ର ବାର୍ଷିକ ବିବରଣୀ ପାଠ କରିଥିଲେ l ବିବରଣୀ ମାଧ୍ୟମରେ ସ୍କୁଲର ଛାତ୍ର ଛାତ୍ରୀ ମାନେ କିପରି ଦୀର୍ଘ ତିନି ବର୍ଷ ଧରି ଶତ ପ୍ରତିଶତ ଦଶମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି କହିଥିଲେ ଏହାସହିତ ଏହି ସ୍କୁଲର ଛାତ୍ର ଛାତ୍ରୀ ବିଭିନ ପ୍ରତିଯୋଗିତା ରେ କିପରି ପୁରସ୍କୃତ ହୋଇଛନ୍ତି କହିଥିଲେ ଏତଦ ବ୍ୟତୀତ ସ୍କୁଲର ବିଭିନ୍ନ ସମସ୍ୟା ଉପରେ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ମୁଖ୍ୟତଃ ମେଟ୍ରିକ ସି ଟି ଶିକ୍ଷକ, କିରାଣୀ ପଦବୀ ପୂରଣ ସହିତ ଏକ ଖେଳ ପଡିଆ ର ସହିତ ଖେଳ ଶିକ୍ଷକ, ଛାତ୍ରୀଙ୍କ ପାଇଁ ଶୌଚାଳୟ, ଅତିରିକ୍ତ 5 ଟି ଶ୍ରେଣୀ ଗୃହ ସହିତ ପ୍ରଧାନ ଶିକ୍ଷକ ପାଇଁ ଅଫିସ କାର୍ଯ୍ୟାଳୟ ପାଇଁ ଅନୁରୋଧ କରିଥିଲେ l ବିଧାୟକ ନିଜ ବକ୍ତବ୍ୟ ରେ କହିଥିଲି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷା ର ବିକାଶ ପାଇଁ ବହୁ ଗୁରୁତ୍ୱ ଦେଇ ଆସୁଛନ୍ତି ଜ଼ିଲ୍ଲା ର ପ୍ରତ୍ୟକ ସ୍କୁଲ କୁ 5ଟି ରେ ରୂପାନ୍ତିକାରଣ କରିଛନ୍ତି l ସରକାରୀ ସ୍କୁଲରେ ପଢିବା ପିଲାଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିଅର ରେ ପାଠ ପଢିବା ପଶିଣ 16% ସ୍ଥାନ ସଂରକ୍ଷିତ ଜରିଛନ୍ତି ବୋଲି l ସ୍ବର୍ଗତ ରାମଚନ୍ଦ୍ର ଉଲାକା ଏହି ସ୍କୁଲ ପ୍ରତିଷ୍ଠା କରିଛନ୍ତି କିନ୍ତୁ ସେ ଆଜି ଆମ ଗହଣ ରେ ନାହାନ୍ତି ଶତ କିନ୍ତୁ ତାଙ୍କରି ଅବଦାନ ପାଇଁ ଆଜି ରାୟଗଡା ଜ଼ିଲ୍ଲା ର ବହୁ ଆଦିବାସୀ ହରିଜନ ଛାତ୍ର ଛାତ୍ରୀ ମଙ୍ଗଳ ବିଭାଗ ସ୍କୁଲରେ ପଢୁଛନ୍ତି l ଶିକ୍ଷା ସହିତ ଶିଷ୍ଟାଚାର ନିତାନ୍ତ ଆବଶ୍ୟକ ଏଥିପ୍ରତି ଦୃଷ୍ଟିଦେବା ନିହାତି ଆବଶ୍ୟକ ବୋଲି ଛାତ୍ର ଛାତ୍ରୀ ବକୁ ଉପଦେଶ ଦେଇଥିଲେ l ପରିଶେଷରେ ବାର୍ଷିକ କ୍ରୀଡା ର ଯୋଗ୍ୟ ବିବେଚିତ ଖେଳାଳି ଙ୍କୁ ପୁରସ୍କାର ବିତରଣ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ ସ୍କୁଲ ପାରିଛଳନା କମିଟି ସଭାପତି ସୁରେଶ କୋଲକା ସୁବ୍ରତ ଚୌଧୁରୀ, ସହଦେଵ ମେଲକା ସମିତି ସଭ୍ୟା ଲକ୍ଷ୍ମୀ ପାସପୁରେଡି, ପୂର୍ବତନ ସରପଞ୍ଚ ପ୍ରକାଶ ପାସପୁରେଡି, ସି ଆର ସି ନୃସିଂହ ଚରଣ ବେହେରା ନାଏବ ସରପଞ୍ଚ କିଶୋର ପାସପୁରେଡି, ସରପଞ୍ଚ ଲକ୍ଷ୍ମୀ କୋଲକା ମଂଚାସୀନ ଥିଲେ l ବରିଷ୍ଠ ନାଗରିକ ରାମବାବୁ ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ମଂଚାସୀନ ହୋଇ ନିଜର ବକ୍ତବ୍ୟରେ କହିଥିଲେ ଯେ ଏହି ସ୍କୁଲ ଟି 1982 ରେ ଆଶ୍ରମ ଓ ପରେ 1984 ରର ଉଚ୍ଚ ବିଦ୍ୟାଳୟ ରର ପରିଣତ ହୋଇଛି l ଏହି ସ୍କୁଲ ର ଉନ୍ନତି ପାଇଁ ଆମେ ସବୁବେଳେ ଚେଷ୍ଟିତ l ସ୍କୁଲ ର ଅଭାବ ଅସୁବିଧା ସମୟରେ ଆମେ ଛିଡା ହୋଇ ଏହାର ସମାଧାନ କରୁଛୁ l କେରଡା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପରିଣତ ପାଇଁ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ ସହିତ ଅନୁରୋଧ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥଲା l ସ୍କୁଲ ର ଶିକ୍ଷକ ତିରୁମାଲା ବଦନା ମଞ୍ଚ ପରିଚାଳନା କରିଥିଲେ ।