ରାୟଗଡା,(ପ୍ରଫୁଲ କୁମାର ବେହେରା):- ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ମାଇକଞ୍ଚ ପଞ୍ଚାୟତ ର କଞ୍ଚଗୁମା ଗ୍ରାମ ର ଦୁଇଜଣ ମଟର ସାଇକେଲ ଆରୋହୀଙ୍କ ଏକ ଟାଟା ମେଜିକ ଯାନ ସହ ଦୁର୍ଘଟଣା ହେଇଥିବା ବେଳେ ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣଙ୍କ ଅବସ୍ଥା ଅତି ସଂକଟାପନ୍ନ ଥିବା ଜଣାପଡିଛି।ଦୁଇଜଣ ବାଇକ ଆରୋହୀ ହେଲେ ଶବନ୍ତୁ ନାଏକ(୩୦) ଏବଂ ଶାନ୍ତି ନାଏକ(୨୨) ଉଭୟେ ରାୟଗଡାସ୍ଥିତ ନିଜ ସମ୍ପର୍କୀୟଙ୍କ ଘରୁ ଯାଇ ନିଜ ଗ୍ରାମ କଞ୍ଚଗୁମା ଫେରୁ ଥିବାବେଳେ ବାଟରେ ଶଙ୍କରଡ଼ା ନିକଟ ଗୋଟିଙ୍ଗଗୁଡା ପୋଲ ନିକଟରେ ଏକ ଟାଟା ମେଜିକ ଗାଡିଟି ଧକା ଦେଇ ଥିବା ତାଙ୍କର ଜଣେ ପରିଜନ ପ୍ରକାଶ କରିଛନ୍ତି। ଉକ୍ତ ଘଟଣା ସ୍ଥଳରେ ବାଇକ ଚାଳକ ଶବନ୍ତୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଶାନ୍ତି ନାଏକଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ଶାନ୍ତି ନାଏକଙ୍କ ପରିସ୍ଥିତି ଅତି ଗୁରୁତର ଥିବା ହେତୁ କରାପୁଟ ସ୍ଥାନାନ୍ତର ହୋଇଥିବା ଜଣାପଡିଛି।ଘଟଣା ସମ୍ପର୍କ ରେ ଖବର ପାଇ ରାୟଗଡାରେ ଥିବା ମୃତକଙ୍କ ପରିଜନ ତୁରନ୍ତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚିଥିଲେ।ଏହି ସମ୍ପର୍କରେ କେଉଁ ଟାଟା ମେଜିକ ଗାଡିଟି ଦୁର୍ଘଟଣା ଗ୍ରସ୍ତ କରିଛି ତାହା ସ୍ପଷ୍ଟ ହୋଇ ହୋଇନଥିବା ବେଳେ ଅଭିଯୋଗର ଆଧାର ପ୍ରକାରେ ରାୟଗଡା ଓ ଟିକିରି ପୋଲିସ ଘଟଣାଟିକୁ ନିଜ ସଜ୍ଞାରେ ନେଇଥିବା ଜଣାପଢ଼ିଛି।