ଆଜି ମଙ୍ଗଳ ବାର ଦିନ ୧୧.୩୦ମିନିଟ ସମୟରେ ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ୨୨ଟି ପଞ୍ଚାୟତ ର କୃଷି ମିତ୍ର ଓ ପ୍ରାଣୀ ମିତ୍ର ମାନେ ଜିଲ୍ଲାପାଳଙ୍କୁ ଘେରିଥିଲେ । ସେମାନେ ୨୦୧୮ ମସିହାରୁ ନିଯୁକ୍ତି ପାଇ ୨୦୨୦ ମସିହାରୁ ନିଜର କାର୍ଯ୍ୟ ସୂଚାରୁ ରୁପେ କରି ଆସୁଥିଲେ ମଧ୍ୟ ନିଜର ଦରମା ପାଇବାରୁ ୧ବର୍ଷ ହେବ ବଞ୍ଚିତ ଅଛନ୍ତି । ଦରମା ନପାଇ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ତୁରନ୍ତ ବକୟା ଦରମା ପ୍ରଦାନ ଏବଂ ସେମାନଙ୍କ ଚାକିରୀକୁ ସ୍ଥାୟୀ କରିବା ପାଇଁ ଜିଲ୍ଲାପାଳ ମନୋରଞ୍ଜନ ମଲିକ ଙ୍କୁ ଏକ ଦାବି ପତ୍ର ଦେଇଛନ୍ତି । ତୁରନ୍ତ ଏଥି ପ୍ରତି ଦୃଷ୍ଟି ନ ଦିଆ ଗଲେ ସେମାନେ ଆନ୍ଦୋଳନ କୁ ଓଲାହିବେ ବୋଲି ପ୍ରକାଶ କରିଛନ୍ତି । ତୁରନ୍ତ ଏଥି ପ୍ରତି ପଦକ୍ଷପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।