ବ୍ରହ୍ମପୁର:୨୮/୧୨ଶ୍ରୀକାନ୍ତ କୁମାର ବେହେରା):-ସ୍ଥାନୀୟ ଗଜପତି ନଗର ୧୦ ଗଳି ଏକ୍ସଟେନ୍ସନ ରୁ ଏକ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପଲାଇନ। ସୂଚନା ମୁତାବକ ଉକ୍ତ ସାହିର ବଣ୍ଟି ରାଉଳ ଙ୍କ ଘର ସମ୍ମୁଖରେ ବିରାଟକାୟ ସାପଟିକୁ ସକାଳ ସମୟରେ ପରିବାର ଲୋକେ ଦେଖିଥିଲେ। ଏହାପରେ ସେମାନେ ସାପଟିକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ସ୍ନେକ ହେଲ୍ପଲାଇନ ସଦସ୍ୟ ସ୍ଵାଧୀନ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ସେ କୌଶଳ କ୍ରମେ ବିରାଟକାୟ ସାପଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ସାପଟି ଭାରତୀୟ ଅଜଗର ପ୍ରଜାତିର ହୋଇଥିବା ବେଳେ ତାହାର ଲମ୍ବ ୭ ଫୁଟ ରହିଥିଲା। ଉଦ୍ଧାର ସାପଟିକୁ ପରବର୍ତ୍ତୀ ସମୟରେ ବନ ବିଭାଗ କୁ ହସ୍ତାନ୍ତର କରାଯାଇଥିବା ବେଳେ ତାହାକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯିବ ବୋଲି ସ୍ନେକ ହେଲ୍ପଲାଇନ ସଦସ୍ୟ ଶ୍ରୀ ସାହୁ ସୂଚନା ଦେଇଛନ୍ତି।