:
ବ୍ରହ୍ମପୁର:୨୫/୧୨(ଶ୍ରୀକାନ୍ତ କୁମାର ବେହେରା):-ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI )ର ବ୍ରହ୍ମପୁର ଆଞ୍ଚଳିକ କମିଟିର ବ୍ରହ୍ମପୁର ସହର ଓ ଶ୍ରମିକ ଶାଖାର ସମ୍ମିଳନୀ ପାର୍କ ସାହି ପାର୍ଟି କାଯ୍ୟlଳୟ ଠାରେ ବରିଷ୍ଟ ଶ୍ରମିକ ନେତା ସାଥି A. ସୁଧୀର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା | ପ୍ରଥମେ ପାର୍ଟିର ଲାଲ ପତାକାକୁ ସାଥି T.ଭେଙ୍କଟ ରାଓ ପତାକା ଉତୋଳନ କରିଥିଲେ |
ଏହି ବୈଠକରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସାଥି ପ୍ରଶାନ୍ତ ପଟ୍ଟଯୋଶୀ ଏବଂ ଜିଲ୍ଲା ପାର୍ଟିର ସମ୍ପାଦକ ସାଥି ପ୍ରକାଶ ପାତ୍ର ଓ ଜୋନାଲ ପାର୍ଟିର ସମ୍ପାଦକ ସାଥି କାମଦେବ ନାହାକ ଅତିଥି ଭାବେ ଯୋଗ ଦେଇଥିଲେ l ଏହାପରେ ସମ୍ପାଦକ ସାଥି ପ୍ରକାଶ ପାତ୍ର ଜିଲ୍ଲା, ରାଜ୍ୟ ଓ କେନ୍ଦ୍ର ଉପରେ ନିଆଯାଇଥିବା ସମସ୍ତ ରାଜନୀତିକ ଓ ସଂଗଠନିକ ପ୍ରସ୍ତାବ ସମ୍ପର୍କ ରେ ଆଲୋଚନା କରିଥିଲେ ଏବଂ ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ l ପାର୍ଟି ର ରାଜନୀତିକ ଏବଂ ସଂଗଠନିକ ନିଧାରଣ ସମ୍ପର୍କରେ ଆଲୋଚନା ହୋଇ ଭବିଷ୍ୟତ କାଯ୍ୟ କ୍ରମ ନିଆଯିବl ସହ ସହରର ନାଳ, ପାନୀୟ ଜଳ ଓ ଅନନ୍ୟା ସମସ୍ୟାକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମରଣା ନୀତି ବିରୋଧରେ ଆଲୋଚନା କରିଥିଲେ|
ଏହି ସମ୍ମିଳନୀ ରେ ବ୍ରହ୍ମପୁର ଜୋନାଲର ସମ୍ପାଦକ ସାଥି କାମଦେବ ନାହାକ କେନ୍ଦ୍ର ସରକାରଙ୍କ ଯୁବ ମରଣା ନୀତି ବରୋଧ ନୀତିକୁ ବିରୋଧ କରିଥିଲେ l ବେକାରୀକୁ ନିଯୁକ୍ତି ଅବା ବେକାରୀ ଭତ୍ତା ଦାବିରେ ଯୁବକ ମାନଙ୍କୁ ଏକଜୁଟ କରି ବିରାଟ ଯୁବ ଆନ୍ଦୋଳନ କରିବାକୁ ହେବ | ଆସନ୍ତା 2024 ରେ କେନ୍ଦ୍ରର ବିଜେପି ସରକାରକୁ କିପରି ଗାଦିଚୁତ କରିବା ପାଇଁ ଆହ୍ୱାନ ଦେଇଥିଲେ |
ସମ୍ମିଳନୀ ଅବସରରେ ଆସନ୍ତା ଏକ ବର୍ଷପାଇଁ କର୍ମକର୍ତ୍ତା ନିବ୍ବାଚନ କରାଯାଇଥିଲା ସହର ଶାଖାର ସମ୍ପାଦକ ସାଥି ପ୍ରଫୁଲ ଜେନା ଓ ସହ ସମ୍ପାଦକ ସାଥି ରବିନ୍ଦ୍ର କୁମାର ନାୟକ ସେହି ଭଳି ଶ୍ରମିକ ଶାଖାର ସହ ସମ୍ପାଦକ ସାଥି A ସୁଧୀର ଓ ସମ୍ପାଦକ ସାଥି ମହମ୍ମଦ ଉସମାନ ନିବାଚିତ ହୋଇଥିଲେ l ଏହି ସମ୍ମିଳନୀରେ ଅନ୍ୟ ମାନଙ୍କ ମଧରେ ରୋହିତ ବିଶୋଇ, ଗାଗାରିନି ନାୟଜ, ମହେନ୍ଦ୍ର ପାତ୍ର, ଜୟନ୍ତୀ ଦେବୀ, ସନ୍ତୋଷ କୁମାର ନାୟକ, ସରୋଜ ପାତ୍ର, ଜି କିଶୋର ଆଲୋଚନା ଭାଗ ନେଇଥିଲେ l