ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ସେନଫେଷ୍ଟ-୨୦୨୩ ଉଦଯାପିତ।

ରାୟଗଡା(ଅମୁଲ୍ୟ ନିଶ): ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ସେନଫେଷ୍ଟ-୨୦୨୩ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥୀ ରୂପେ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ ଭି. ଲୋକନାଥ ରାଜୁ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେଞ୍ଚୁରିଅନ ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ଡ଼ଃ. ରାଜେଶ କୁମାର ପାଢ଼ୀ, ବିଶ୍ବ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ. ଚନ୍ଦ୍ରଶେଖର ପାତ୍ର ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ପ୍ରଶାସନିକ ଅଧିକାରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ସେଞ୍ଚୁରିଅନ ଭଳି ଶିକ୍ଷାନୁଷ୍ଠାନ ଅଞ୍ଚଳର ଯୁବପିଢୀଙ୍କୁ ଶିକ୍ଷାଦ୍ୱାରା ଆତ୍ମନିର୍ଭରଶୀଳ କୌଶଳ ପ୍ରଦାନ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି । ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନ ପଛୁଆ ଅଞ୍ଚଳକୁ ଆଗକୁ ନେବାରେ ସହାୟକ ହୋଇଛି ବୋଲି ମୁଖ୍ୟ ଅତିଥୀ ଶ୍ରୀ ରାଜୁ ସଭାରେ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ସେଞ୍ଚୁରିଅନ ବିଶ୍ବ ବିଦ୍ୟାଳୟ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା । ସେହପରି ଶ୍ରେଷ୍ଠ ଶିକ୍ଷକ ଭାବେ ଶ୍ରି ଲାଡି ଆଳିକ କୁମାରଙ୍କୁ ସମ୍ମାନିତ କରାଯାଇଛି । ଏଥିସହିତ ଫାର୍ମାସୀ ବିଭାଗ ର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ରାଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୩ହଜାରରୁ ଉର୍ଦ୍ଧ୍ୱ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।