ମହାତ୍ମା ଗାନ୍ଧୀ ଇଣ୍ଟରନେସନାଲ ପବ୍ଲିକ୍ ସ୍କୁଲ୍ ଠାରେ ଅଷ୍ଟମ ତମ ବାର୍ଷିକ ଉତ୍ସବ ” ସ୍ଵର – 2023 ” ଉଦ୍ଘାଟିତ ହୋଇଯାଇଛି .

ରାୟଗଡା,(ସିଦ୍ଧାର୍ଥ ଦାସ):- ଆଜି ରାୟଗଡା ଜିଲ୍ଲା ଗୁଣପୁର ସ୍ଥାନୀୟ ଇଣ୍ଡୋର୍ ଷ୍ଟାଡିୟମ୍ ନିକଟ ରେ ମହାତ୍ମା ଗାନ୍ଧୀ ଇଣ୍ଟରନେଶ୍ନାଲ ପବ୍ଲିକ୍ ସ୍କୁଲ୍ ର 8ମ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ଜିଲ୍ଲା ଡି ଡବ୍ଲ୍ୟୁ ଓ ଶ୍ରୀଯୁକ୍ତ ଭାରତ୍ ଭୂଷଣ ବିଶ୍ଵାଳ , ସମ୍ମାନିତ ଅତିଥି ଭାବେ ଗୁଣପୁର ମହାବିଦ୍ୟାଳୟ ର ଇତିହାସ ଅଧ୍ୟାପକ ଶ୍ରୀଯୁକ୍ତ ଜବାହର ଚୌଧୁରୀ ଓ ଏ ଡି ଡବ୍ଲ୍ୟୁ ଓ ଶ୍ରୀ ସୂରଜ ନାୟକ ଯୋଗ ଦେଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ବ୍ରଜ ସୁନ୍ଦର ପାଢୀ , ଉପାଧକ୍ଷ ଶ୍ରୀ ସନ୍ତୋଷ କୁମାର ଗୁରୁ , ସମ୍ପାଦକ ଶ୍ରୀ ରାଜେଶ କୁମାର ପଣ୍ଡା , ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଲୋକନାଥ ମିଶ୍ର ଓ ବିଦ୍ୟାଳୟ ର ପ୍ରିନ୍ସିପାଲ ଶ୍ରୀମତୀ ମିନାକ୍ଷୀ ସାହୁ ମଞ୍ଚାସୀନ ରହି ଉପସ୍ଥିତ ରହିଥିଲେ . ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ଅତିଥି ମାନଙ୍କ ଦ୍ଵାରା ” ସ୍ଵର – 2023 ” ଉଦ୍ଘାଟନ କରିଥିଲେ. ବିଦ୍ୟାଳୟ ର ସମସ୍ତ୍ ଶ୍ରେଣୀ ବର୍ଗ ର ଶିଶୁ ମାନଙ୍କ ଦ୍ଵାରା ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜିତ କରାଯାଇଥିଲା. ପୂର୍ବରୁ ହୋଇଥିବା କ୍ରୀଡା ପ୍ରତିଯୋଗିତା ରେ କୃତିତ୍ଵ ହାସଲ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ଏଠାରେ ପୁରସ୍କୃତ କରାଯାଇଥିଲା. ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ପରିଚୟ ଶ୍ରୀମତୀ ମିନାକ୍ଷୀ ସାହୁ ଦେଇଥିବା ବେଳେ ପରିଶେଷରେ ଅନୁଷ୍ଠାନ ର ଆଡମିନ ଅଫିସର ଶ୍ରୀ ରାଜେନ୍ଦ୍ର କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ. ଏଥିରେ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ. କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ପକ୍ଷରୁ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କରାଯାଇଥିଲା ।