ଜୟପାଟଣା,୧୫/୧୨(ମଳୟ କୁମାର ସାହୁ):- କଳାହାଣ୍ଡି ଜିଲ୍ଲା ଜୟପାଟଣା ସ୍ଥିତ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସପ୍ତାହ ବ୍ୟାପୀ ଓଡ଼ିଶା ସରକାର ଙ୍କ କ୍ରୀଡା ଓ ଯୁଵ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଚାଲିଥିବା ନୂଆ ଓ ଯୁଵ ଓଡ଼ିଶା କାର୍ଯ୍ୟକ୍ରମ ର ପରିସମାପ୍ତି ଘଟିଛି। ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ର ବିକାଶରେ ଯୁଵ ଶକ୍ତି ର ସକ୍ରିୟ ଅଂଶଗ୍ରହଣ ଓ ସୁବିନିଯୋଗ ଉପରେ ଗୁରୁତ୍ଵାରୋପ କରିଥିଲେ। ଅନୁଷ୍ଠାନ ର ଅଧ୍ୟକ୍ଷ ତୁଳସୀ ରାମ ରାଉତ ଙ୍କ ତତ୍ତ୍ୱାବଧାନରେ କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ, ପରିବେଶ ସୁରକ୍ଷା, ସାମାଜିକ ସଚେତନତା ଯାତ୍ରା,ସଫେଇ ଅଭିଯାନ ଭଳି ବିଭିନ୍ନ ଜନହିତକର ପଦକ୍ଷେପ ସପ୍ତାହ ବ୍ୟାପୀ ଆୟୋଜନ କରାଯାଇଥିଲା। ସମ୍ମାନୀତ ଅତିଥି ଭାବରେ ଷ୍ଟେଟବ୍ୟାଙ୍କ ମ୍ୟାନେଜର ପ୍ରଭାକର ମିଶ୍ର, ସମାଜସେବୀ ତୀର୍ଥରାଜ ଦଳପତି, ପରିଚାଳନା କମିଟି ର ସଦସ୍ୟ ସାହିତ୍ୟିକା ମୀନା କୁମାରୀ ମୁଣ୍ଡ, ଶିକ୍ଷାବିତ୍ ଅବଦୁଲ ହକିମ, ମନୋଜ କୁମାର ପୁଝାରୀ, ପ୍ରୀତିମୟୀ ପଣ୍ଡା,ଅର୍ନ ଦଳପତି ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ। ଅନୁଷ୍ଠାନ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଶେଷ ମନୋମୁଗ୍ଧକର ହୋଇଥିଲା।