ବୀରମହାରାଜପୁର ମହାବିଦ୍ୟାଳୟରେ ବାଲ୍ୟ ବିବାହ ବିରୋଧରେ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ଆନୁକୁଲ୍ୟରେ ‘ନୂଆ ଓଡିଶା’ ଯୁବ ଓଡିଶା – ନବୀନ ଓଡ଼ିଶା ପକ୍ଷରୁ ବାଲ୍ୟ ବିବାହ ବିରୋଧରେ ଏକ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି I ଏହି ଅବସରରେ ଅନୁଷ୍ଠିତ ହୋଇଥିବା ଏକ ରାଲିକୁ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ଓ ରାଜନୀତି ବିଜ୍ଞାନ ଅଧ୍ୟାପକ ଶିବ କୁମାର ପୁରୋହିତ ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବାବେଳେ ଏଥିରେ ପ୍ରାୟ ତିନିଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ଡ଼.ଶିଶିର ବଣିଆ, ନରେନ୍ଦ୍ର ଝା, ଯାମିନୀ ଦାଶ, ବିଜୟ କୁମାର ପଧାନ, ସ୍ମୃତି ରଞ୍ଜନ ଭରାସାଗର, ହରପ୍ରିୟା ମହାପାତ୍ର, ସିମାରାଣି ବେହେରା, ସୁବାଷ ଚନ୍ଦ୍ର ଶତପଥୀ ପ୍ରମୁଖ ନେତୃତ୍ୱ ନେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଜଗଦିଶ ସାହୁ ଓ ଶ୍ରୀରାମ ଦେହୁରୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ I ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହିତ ରାଲିରେ ସାମିଲ ହୋଇଥିଲେ l