ମୁଖିଗୁଡା ସବ ପୋଷ୍ଟ ଅଫିସ (ଡାକଘର) ଠାରେ ଡାକ କର୍ମଚାରୀଙ୍କ ଧର୍ମଘଟ

ମୁଖିଗୁଡ଼ା, ଜୟପାଟଣା, ୧୩/୧୨(ଅରୁଣ କୁମାର ସାହୁ) :- କଳାହାଣ୍ଡି ଜିଲ୍ଲା ମୁଖିଗୁଡା ସବ ପୋଷ୍ଟ ଅଫିସ (ଡାକଘର ) ଠାରେ ଡାକ କର୍ମଚାରୀମାନେ ବିଭିନ୍ନ ଦାବୀ ନେଇ ଧର୍ମ ଘଟ କରିଥିବା ଦେଖିବାକୁ ମିଳିଛି। ଗ୍ରାମୀଣ ଡ଼ାକ ସେବକ ମାନଙ୍କ କାର୍ଯ୍ୟ ନିର୍ଘଣ୍ଟ ଦୈନିକ ୮ ଘଣ୍ଟା, ସମାନ କାମକୁ ସମାନ ବେତନ ଦିଆଯାଉ, ଟାର୍ଗେଟ ନାମରେ ଗ୍ରାମୀଣ ଡ଼ାକ ସେବକଙ୍କୁ ହଇରାଣ ହରକତ ନୀତିକୁ ବନ୍ଦ କରାଯାଉ, ଗ୍ରାମୀଣ ଡ଼ାକ ସେବକ କର୍ମଚାରୀ ମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯାଉ, ପ୍ରତି ୧୨ ବର୍ଷରେ ଆର୍ଥିକ ପଦୋନ୍ନତି ଦିଆଯାଉ ଭଳି ବିଭିନ୍ନ ଦାବୀ ନେଇ ଧର୍ମଘଟ କରିଥିବା ପ୍ରକାଶ କରିଥିଲେ । ଗ୍ରାମୀଣ ଡ଼ାକ ସେବକ କର୍ମଚାରୀ ମାନେ ଅବହେଳିତ, ଉପେକ୍ଷିତ ଓ ନିଷ୍ପେସିତ ହୋଇଥିବା ବେଳେ ବର୍ଷ ବର୍ଷ ହେବ ସେମାନେ ଦାବି କରି ଆସୁଥିଲେ ମଧ୍ୟ ତାଙ୍କ କାର୍ଯ୍ୟ ଦାବିକୁ ଭାରତ ସରକାର ଗ୍ରହଣ କରୁନଥିବାରୁ ସେମାନେ ଧର୍ମଘଟ କରିବାକୁ ବାଧ୍ୟ ହେଲୁ ବୋଲି ସେମାନେ ପ୍ରକାଶ କରିଥିଲେ। ମୁଖିଗୁଡା ସବ ପୋଷ୍ଟ ଅଫିସ (ଡାକଘର)ଅଧିନସ୍ଥ ୧୦ ଗୋଟି ଶାଖା ଡାକଘର ର ସମସ୍ତ ଗ୍ରାମୀଣ ଡ଼ାକ ସେବକ କର୍ମଚାରୀ ମାନେ ମଙ୍ଗଳବାରଠାରୁ ଅନିର୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ କରିବୁ ବୋଲି ପ୍ରକାଶ କରିଛନ୍ତି। ଆଜିର ଏହି ଧାରଣା ରେ ଗୋବିନ୍ଦ ମାଝୀ, ତ୍ରିଲୋଚନ ନାଏକ, ନିରଞ୍ଜନ ନାଏକ, ଦାମୋଦର ପ୍ରଧାନୀ, କେଦାରନାଥ ତ୍ରିପାଠୀ ପ୍ରମୁଖ ତଥା ସମସ୍ତ କର୍ମଚାରୀ ବୃଦ ସାମିଲ ଥିଲେ।