୫ ଟି ଅଧକ୍ଷ ଙ୍କ ସହିତ ନିଖିଳ ଉତ୍କଳ ବାରିକ ସମିତିର କର୍ମକର୍ତ୍ତା ଙ୍କ ସାକ୍ଷାତ ଆଲୋଚନା I

ଭୁବନେଶ୍ୱର,୧୨/୧୨(ସୁନିଲ କୁମାର ବେହେରା):ରାଜ୍ୟ ସରକାରଙ୍କ ୫ ଟି ତଥା ନବୀନ ଓଡିଶା ଅଧକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ ଙ୍କ ସହିତ ରାଜଧାନୀ ଭୁବନେଶ୍ୱର ଠାରେ ଆଜି ନିଖିଳ ଉତ୍କଳ ବାରିକ ସମିତିର ରାଜ୍ୟ କର୍ମକର୍ତ୍ତା ଗଣ ସାକ୍ଷାତ ଆଲୋଚନା କରିଥିଲେ I ଓଡିଶାରେ ବସବାସ କରୁଥିବା ପ୍ରାୟ ୨୦ ଲକ୍ଷ ରୁ ଉର୍ଦ୍ଧ ବାରିକ ଜାତି ର ଭାଇ ଭଉଣୀ ମାନଙ୍କ ସାମାଜିକ, ସାମୁହିକ ବିକାଶ ପାଇଁ ପୁରୀରେ ରହିଥିବା ଜଡ଼ାମଠ ର ରୂପାନ୍ତୀକରଣ ଏବଂ ଏକ ଯାତ୍ରୀନିବାସ ନିର୍ମାଣ ପାଇଁ ଅନୁରୋଧ ପତ୍ର ପ୍ରଦାନ କରିଥିଲେ I ଖୁଵ ଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଠାରୁ ଆପଣ ମାନେ ଖୁସି ଖବର ପାଇବେ ବୋଲି ୫ ଟି ଅଧକ୍ଷ ଶ୍ରୀ ପାଣ୍ଡିଆନ୍ ପ୍ରତିଶୃତି ଦେଇଥିବା ନିଖିଳ ଉତ୍କଳ ବାରିକ ସମିତିର ରାଜ୍ୟ ସଭାପତି ହେମନ୍ତ ବାରିକ ଜଣାଇଛନ୍ତି I ଏହା ସହିତ କୌଳିକ ବୃତ୍ତି ଅବଲମ୍ବନ କରି ଜୀବିକା ନିର୍ବାହ କରୁଥିବା ଦାରିକ ମାନଙ୍କୁ ୬୦ ବର୍ଷ ବୟସ ଅତିକ୍ରମ ହେବାପରେ ଅତି କୁଶଳୀ କାରିଗର ଘୋଷଣା କରି ମାସିକ ଭତ୍ତା ପ୍ରଦାନ କରିବା, ବାରିକ କଲ୍ୟାଣ ବୋର୍ଡ ଗଠନ କରିବା, ରାଜ୍ୟସ୍ତରୀୟ କାର୍ଯ୍ୟାଳୟ ପାଇଁ ରାଜଧାନୀ ଭୁବନେଶ୍ୱର ଠାରେ ଏକ କ୍ୱାର୍ଟର ଯୋଗାଇ ଦେବା ଏବଂ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନାର ଶିକାର ହେଉଥିବା କୌଳିକ ବୃତ୍ତିଧାରୀ ବାରିକ ମାନଙ୍କ ପାଇଁ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବି କରିଥିଲେ I ଏହି ଦାବି ପତ୍ର ପ୍ରଦାନ ସମୟରେ ରାଜ୍ୟ ସାଧାରଣ ସମ୍ପାଦକ କମ୍ଭୁପାଣି ପରିଚ୍ଛା, ଉପ ସଭାପତି ହୀରାଲାଲ ବେହେରା, କୁଳମଣି ବାରିକ, ଭିମସେନ ବାରିକ, ମାୟାଧର ବାରିକ, ନୀଳାଚଳ ଦାସ, ଅକ୍ଷୟ କୁମାର ବାରିକ, ଯତୀନ୍ଦ୍ର ନାଥ ବାରିକ, ଜଗନ୍ନାଥ ବାରିକ, ଅଲେଖ ଚନ୍ଦ୍ର ବାରିକ, ଶ୍ରୀଧର ବାରିକ , କୃଷ୍ଣ ଚନ୍ଦ୍ର ବାରିକ, ଲିଙ୍ଗରାଜ ବାରିକ, ରଞ୍ଜନ କୁମାର ବାରିକ, ଦଣ୍ଡପାଣି ବାରିକ, ଧୂର୍ଵ ଚରଣ ବାରିକ, ରୋହିତ ବାରିକ, ପ୍ରତାପ କିଶୋର ବାରିକ, ସୁବାଷ ବାରିକ, ପ୍ରଶାନ୍ତ ବେଜ୍, ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁନିଲ କୁମାର ବେହେରା ପ୍ରମୁଖଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ I