ଗୁମୁଡା ଗୁଡାରି ପୂର୍ତ୍ତ ବିଭାଗ ରାସ୍ତାରେ ନାଇରା ଠାରେ ବଂଶୀଧାରା ନଦୀର ନିର୍ମାଣଧୀନ ସେତୁ ସମ୍ପୂର୍ଣ୍ଣ କୁ ନେଇ ପ୍ରଶ୍ନ ବାଚୀ

ରାୟଗଡା,୦୫/୧୨(ଅମୁଲ୍ୟ ନିଶ): ରାୟଗଡା ରାସ୍ତା ଓ କୋଠାବାଡି ଡିଭିଜନ ଦୁଇ ଆନ୍ତର୍ଗତ ଗୁଣୁପୁର ଗୁଡାରି ପୂର୍ତ୍ତ ବିଭାଗ ରାସ୍ତାରେ ନାଇରା ଠାରେ ବଂଶୀଧାରା ନଦୀ ଉପରେ 35.62 କୋଟି ଟଙ୍କା ବ୍ୟୟରେ ଏକ ସେତୁ ନିର୍ମାଣ କମ କୁ ଗତ 2021 ମସିହା ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଶୁଭ ଦେଇଥିଲେ l ଏହି ସେତୁ କମ ପାଇଁ ଅରୁଣ ଶତପଥି ନାମକ ଏକ ଠିକାଦାର ଏହି ସେତୁ ନିର୍ମାଣ ପାଇଁ କମ ପାଇଥିଲେ lଏହି ସେତୁ ନିର୍ମାଣ କମ 2021 ରୁ ଆରମ୍ଭ କରି 06/07/2024 ରେ ସେତୁ ନିର୍ମାଣ କାମ ସମ୍ପୂର୍ଣ୍ଣ ପାଇଁ ପୂର୍ତ୍ତ ବିଭାଗ ସହିତ ଚୁକ୍ତିନାମା ସ୍ଵାକ୍ଷର କରିଥିଲେ l ନାଇରା ଠାରେ ବଂଶୀଧାରା ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ରାୟଗଡା ବିଜେଡି ସଭାପତି ତଥା ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ ରାୟଗଡା ପୂର୍ତ୍ତ ବିଭାଗ ର ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ସୀମାଦ୍ରୀ ସାହୁ ଙ୍କ ସହିତ ମିଶି ଏhi ପୋଲ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଆଲୋଚନା କରି ଥିଲେ l ମୁଖ୍ୟମନ୍ତ୍ରୀ ନାଇରା ଠାରେ ଏକ ସେତୁ ର ଆବଶ୍ୟକତା କୁ ଅନୁଭବ କରି ସେତୁ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଥିଲେ l କିନ୍ତୁ ଦୁଃଖର କଥା ଗତ 2021 ରେ ନିର୍ମାଣ କାମ ଆରମ୍ଭ ହୋଇ ଥିଲା କିନ୍ତୁ ଗତ 2023 ଜୁନ ମାସଠାରୁ ଠିକାଦାର ସେତୁ ନିର୍ମାଣ କାମ କୁ ବନ୍ଦ କରିଦେଇଥିବା ନାଇରା ଓ ଲୋକନାଥପୁର ଗ୍ରାମ ବାସି ଅଭିଯୋଗ କରୁଛନ୍ତି l ଏହି ନଦୀ ପାର ହୋଇ ସ୍କୁଲ ପିଲା, କଲେଜ ପିଲା ଚାଷୀ ଓ ବ୍ୟବସାହି ମାନେ ପ୍ରତିଦିନ ଯାତାୟତ କରିଥାନ୍ତି କିନ୍ତୁ ନଦୀରେ ପାଣି ଥିବାରୁ ଯାତାୟତ ରେ ଅସୁବିଧା ହେଉଛି l ନାଇରା ଓ ଲୋକନାଥପୁର ମଧ୍ୟରେ ଦୂରତା 1 କିଲୋମିଟର କିନ୍ତୁ ବର୍ଷା ଦିନ ଦୀର୍ଘ 15 କିଲୋମିଟର ରାସ୍ତା ବୁଲି ଯାତାୟାତ କରୁଛୁ ବୋଲି କହିଛନ୍ତି l ଏହି ସେତୁ ନିର୍ମାଣ କାମ ନେଇ ସମ୍ପୃକ୍ତ ଠିକାଦାରଅରୁଣ ଶତପଥୀ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ କହିଥିଲେ ନଦୀ ଉପରେ ପିଲାର ପାଇଁ ପାଇଲିଙ୍ଗ କାମ ଆରଂଭ ହୋଇଛି ବର୍ତମାନ ବର୍ଷା ଦିନ ଆରମ୍ଭ ହୋଇଥିବା ରୁ ପାଇଲିଙ୍ଗ କାମ ବନ୍ଦ ଅଛି l ଲୋକନାଥପୁର ପଠା ଜମିଅଧିଗ୍ରହଣ କାମ ହୋଇନଥିବାରୁ ସେହି ପଟ କାମ ଅଟିକିଛି ବୋଲି କହିଥିଲେ l କାମ ଖୁବ ଶୀଘ୍ର ଆରମ୍ଭ କରିବୁ ବୋଲି ସୂଚନା ଦେଇଥିଲେ l ନିର୍ମାଣ ଧୀନ ପିଲାର ପାଇଲ କୁ ସମ୍ପୂର୍ଣ୍ଣ ଖୋଲା ଥିବା ରେ ଦେଖିବାକୁ ମିଳିଛି ଏହି ନଦୀ ଦେଇ ଜନସାଧାରଣ ତଥା ଗାଈ ଗୋରୁ ଯାତାୟାତ କରିଥାନ୍ତି l କେତେବେଳେ ଯେ କଣ ଅଘଟଣ ଘଟିବ ତହକହିବା ମୁସ୍କିଲ l ଏହି ଖୋଲା ପାଇଲ ପିଲାରେ କିଏ କେତେବେଳେ ପଡି ଫସିଜେବେ ଏଥିରେ ସନ୍ଦେହ ନାହିଁ l ବିଭାଗୀୟ ଯନ୍ତ୍ରୀ ଙ୍କୁ ବାରମ୍ବାର ଏହି ସେତୁ ନିର୍ମାଣ ପାଇଁ ଯୋଗାଯୋଗ କରିଲେ ମଧ୍ୟ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଶ୍ୟାମ ସୁନ୍ଦର ମହାନ୍ତି, ସୁବାସ ଶବର, ଗିରଧାରୀ ସାହୁ, ଏହି ପରି ବହୁ ବ୍ୟକ୍ତି ଅଭିଯୋଗ କରିଛନ୍ତି l ଗୁଣୁପୁର ବିଧାୟକ ଙ୍କ ନାଇରା ଗସ୍ତ ସମୟରେ ଗତ ମାସ 26 ତାରିଖ ରେ ଏହି ସେତୁ ନିର୍ମାଣ କାମ ଉର ଦୃଷ୍ଟି ଆକର୍ଷଣ କରିଥିଲେ l ବିଧାୟକ ଗୁଣୁପୁର ସହକାରୀ ଯନ୍ତ୍ରୀଙ୍କୁ କୁ କାମ କଣ ପାଇଁ ବନ୍ଦ ଅଛି ତୁରନ୍ତ ଆରମ୍ଭ ପାଇଁ କହିଥିଲେ କିନ୍ତୁ ବିଧାୟକ ଙ୍କ କଥା ପାଣିରେ ଗାର ପରି ରହିଗଲା l ବିଭାଗୀୟ ଯନ୍ତ୍ରି ଚୁପ ରହିଗଲେ ବୋଲି ଗ୍ରାମ ବାସି ଅଭିଯୋଗ କରିଛନ୍ତି l ଏହି ସେତୁ ନିର୍ମାଣ କାମ ତଦାରଖ ପାଇଁ ସ୍ଥାହୀ ସହକାରୀ ଯନ୍ତ୍ରୀ, କନିଷ୍ଟ ଯନ୍ତ୍ରୀ କି ନିର୍ବାହୀ ନାହାନ୍ତି ଅତରିକ୍ତ ଦାୟିତ୍ୱ ରେ ବିଭାଗୀୟ ଯନ୍ତ୍ରୀ ମାନେ ଅଛନ୍ତି ସେଥିପାଇଁ ମଧ୍ୟ୍ୟ ନିର୍ମାଣ କାମରେ ବିଳମ୍ବ ହେଉଥିବାର ମୁଖ୍ୟକାରଣ ବୋଲି ଜଣାପଡିଛି l ଯଥାଶୀଘ୍ର ସେତୁ ନିର୍ମାଣ କାମ ଆରମ୍ଭ ପାଇଁ ଅଂଚଳ ବାସି ଦାବୀ କରିଛନ୍ତି l