ଢେଙ୍କାନାଳ,୨୫।୧୧(ଶୁଭମ ପାଣି):ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ରାଧାଦେଈପୁର ଗ୍ରାମରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ କୁ ପ୍ରଥାକୁ ସଂପୂର୍ଣ୍ଣ ରୂପେ ବିରୋଧ କରି ଯୁବକ ସଂଘ, ଗ୍ରାମବାସୀ ଓ ଉତ୍ସାହି ବ୍ୟକ୍ତିବିଶେଷମାନେ ଶପଥ ପାଠ କରିଛନ୍ତି। ଏହା ଏକ ସୁନ୍ଦର କାର୍ଯ୍ୟକ୍ରମ ଓ ଦେଶର ସମ୍ମାନ ସୂଚକ ବୋଲି ଉତ୍ସାହି ବ୍ୟକ୍ତି ତଥା ଗ୍ରାମବାସୀମାନେ ଦୃଢ ସଂକଳ୍ପ ନେଇ ସପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଂଚ ଟୁନିସ୍ବିନୀ ବାରିକଙ୍କ ସହିତ ଗ୍ରାମର କୈଳା ଚନ୍ଦ୍ର ରାଉଳ, ସଂଗ୍ରାମ କୁମାର ରାଉଳ, ଅଭିଷେକ ବାରିକ, ଗଙ୍ଗାଧର ସେଠୀ, ବିକ୍ରମ ସେଠି ଓ ଅଜୟ କୁମାର ସାହୁଙ୍କ ସମେତ ବହୁ ଗ୍ରାମବାସୀ ଏହି ସପଥ ପାଠରେ ଯୋଗଦେଇଥିଲେ ।