ବ୍ରହ୍ମପୁର,(ଶ୍ରୀକାନ୍ତ କୁମାର ବେହେରା)– ସହର ସନ୍ନିକଟ ତଥା ସହର ତଳି ଅଞ୍ଚଳ ଲୋଚପଡା ଠାରୁ ରାତ୍ନପୂର୍ ଭାୟା ଜଗଦଳପୁର ରାସ୍ତା ସମ୍ପୂର୍ଣ ନଷ୍ଟ ହୋଇ ଯାତାୟତ ଅନୁଉପଯୋଗୀ ହୋଇଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ ତାହାକୁ ନିର୍ମାଣ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭର କରି ଯାତାୟତ କରୁଥିବା ଆଖ ପାଖ ଗ୍ରାମର ହଜାର ହଜାର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଏହାକ ନେଇ ଅସନ୍ତୋଷ କୁହୁଳୁଚି। ସେଇଭଳି ନିମଖଣ୍ଡି ଠାରୁ ବୋରିଗାଁ ରାସ୍ତା ଭାୟା ମହୁଲପଲି ରାସ୍ତା ମଧ୍ୟ ବିପର୍ଯ୍ୟସ୍ତ ହୋଇ ଯାଇଥିବାରୁ ଏହାର ନିର୍ମାଣ ଓ ମରାମତିର ଆବଶ୍ୟକତା ନେଇ ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ଦାବୀ ହୋଇ ଆସୁଥିଲେ ମଧ୍ୟ ଏ ନେଇ ପ୍ରଶାସନିକ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉନାହିଁ। ଏହି ଦୁଇଟି ରାସ୍ତା ଉପରେ ଆଖ ପାଖ ୨୦ ଟି ପଞ୍ଚାୟତର ଅଧିବାସୀ ବ୍ରହ୍ମପୁର ସହରକୁ ଶିକ୍ଷା, ସ୍ବାସ୍ଥ୍ୟ, ବଜାର ଓ କର୍ମ ସଂସ୍ଥାନ ନିମନ୍ତେ ଯିବା ଆସିବା କରିବାପାଇଁ ବ୍ୟବହାର କରିଥାନ୍ତି। ପରନ୍ତୁ ଏହି ସମୁଦାୟ ରାସ୍ତା ଖାଲ ଖମାରେ ପୂର୍ଣ୍ଣ ହୋଇଯାଇଥିବା ରୁ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ଘଟିବା ସହ ରାସ୍ତା ଧୁଳିମୟ ହୋଇପଡୁ ଥିବାରୁ ଏହି ରାସ୍ତା ଦେଇ ଯାଉଥିବା ଲୋକେ ନାନାଦି ସ୍ବାସ୍ଥ୍ୟ ଗତ ସମସ୍ୟା ଭୋଗିବାକୁ ବାଧ୍ୟ ହୋଇଥାନ୍ତି।
ଶୁଣାଯାଉଛି ଏହି ରାସ୍ତା ନିର୍ମାଣ ନେଇ ବଜେଟ ବ୍ୟବସ୍ଥା ହୋଇ ପୂର୍ତ୍ତ ବିଭାଗ ଦ୍ଵାରା ବହୁତ ଦିନ ହେଲା ଟେଣ୍ଡର ହୋଇ ଠିକାଦାରକୁ କାର୍ଯ୍ୟ ବଣ୍ଟନ ସରିଯାଇଚି। କିନ୍ତୁ ବିଭାଗ ଓ ଠିକାଦାର ମଧ୍ୟରେ ସମ୍ୱନୟ ଅବାଭରୁ କାମ ଆଗେଇ ପାରୁ ନାହିଁ। କିଛିଦିନ ତଳେ ସ୍ଥାନୀୟ ଲୋକେ ଓ ଜନ ପ୍ରତିନିଧି ମାନେ ଆନ୍ଦୋଳନ କରିବା ପରେ ଲୋଚାପଡା ଠାରୁ ନିମଖଣ୍ଡି ଯିବା ରାସ୍ତାକୁ ବିଭାଗ ତାଳିପକା ମରାମତି କାମ କରି ଦେଇଥିଲା, ତାହାପରେ ସଂପୃକ୍ତ ଠିକାଦାର ଫେରାର। ବର୍ତ୍ତମାନ ସେହି ରାସ୍ତା ଯଥା ପୁର୍ବମ ତଥା ପରମ ହେଇଯାଇଛି। ଶୁଣାଯାଉଛି ପୂର୍ତ୍ତ ବିଭାଗ ଓ କାର୍ଯ୍ୟ ନେଇଥିବା ଠିକାଦାର ମଧ୍ୟରେ ପିସି ନେଇ ଭାଗ ଛିଡ଼ୁ ନଥିବାରୁ ଓ ଟଣା ଉଟରା ଚାଲିଥିବାରୁ କାମ ଆଗେଇ ପାରୁନାହିଁ। ସରକାର ଓ ଜିଲ୍ଲା ପ୍ରଶାସନ ଏହାର ସମୀକ୍ଷା କରି ରାସ୍ତା ନିର୍ମାଣ କାମ ତୁରନ୍ତ ଆରମ୍ଭ କରିବା ନେଇ ପଦକ୍ଷେପ ନେବାର ଆବଶ୍ୟକାତା ରହିଛି। ଯଦି ସଂପୃକ୍ତ ଠିକାଦାରର ଅବହେଳା କରୁଛି ତାହାହେଲେ ସଂପୃକ୍ତ ଠିକାଦାରକୁ ବ୍ଲାକ ଲିଷ୍ଟ କରାଯାଉ ବୋଲି ବ୍ରହ୍ମପୁର ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ପକ୍ଷରୁ ଦାବୀ କରିଛନ୍ତି। ସଂଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ବ୍ରହ୍ମପୁର ।