ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ପିତାମହୁଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁସୁମଟିକ୍ରାରେ ପ୍ରାୟ ପନ୍ଦର ଗୋଟି ଆଦିବାସୀ ପରିବାରର ଶହେ ଜଣ ଲୋକ ବସବାସ କରି ରହିଆସୁଛନ୍ତି l ହେଲେ ବଡ଼ ଦୁଃଖର ବିଷୟ ସେହି ଆଦିବାସୀ ବସ୍ତିକୁ ଆଜି ପର୍ଯ୍ୟନ୍ତ ନା ବିଜୁଳିର ସଂଯୋଗ ହୋଇପାରିଛି ନା ପାନୀୟ ଜଳ ର ବ୍ୟବସ୍ଥା ହୋଇପାରିଛି l ତେଣୁ ବସ୍ତିବାସିନ୍ଦା ପାନୀୟ ଜଳ ଓ ବିଜୁଳି ସଂଯୋଗ ବିନା ଅତ୍ୟନ୍ତ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି l ତେଣୁ ଦଶଗୋଟି ଆଦିବାସୀ ପରିବାର ବାରଦ୍ୱାର ଶୁଣ୍ଡି ପିଣ୍ଡା ହେବାପରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ମିଳିତ ଭାବରେ ନିଜ ଦୁଃଖ ଜଣାଇଛନ୍ତି l