ଠାକୁରଗଡ଼,(ବୁଲୁ ଦଳେଇ) : ପ୍ରଥମେ ଦେଖା ଚାହ୍ନା। ତା ପରେ ବିବାହିତ ମହିଳା ଙ୍କୁ ପୁଲିସ୍ ଅଧିକାରୀ ଙ୍କ ପ୍ରେମ ନିବେଦନ। ହଠାତ୍ ପୁଲିସ୍ ବାବୁ ଶୁକ୍ରବାର ସନ୍ଧ୍ୟା ବେଳକୁ ମହିଳାଙ୍କ ଘରେ ବିଅର୍ ବୋତଲ ଧରି ପହଞ୍ଚି ଗଲେ। ପୁଲିସ୍ ବାବୁ ଙ୍କୁ ଘରେ ବସାଇ ଦେଇ କୌଶଳ କ୍ରମେ ମହିଳା ଜଣଙ୍କ ବାହାର କୁ ଆସି ଘର କବାଟ ରେ ତାଲା ପକାଇ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକସବୁ ଏକାଠି ହୋଇ ଠାକୁରଗଡ଼ ଥାନା ପୁଲିସ୍ କୁ ଖବର ଦେଇ ଥିଲେ। ଖବର ପାଇ ଠାକୁରଗଡ଼ ଥାନା ଅଧିକାରୀ ପ୍ରିୟବ୍ରତ ଦାସ, ଆଠମଲ୍ଲିକ ଉପ ଆରକ୍ଷୀ ଅଧିକ୍ଷକ ବାଳକୃଷ୍ଣ କନର ସଦଳ ବଳେ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝା ସୁଝା କରି ସଂପୃକ୍ତ ପୁଲିସ୍ ବାବୁଙ୍କୁ ଉଦ୍ଧାର କରିବା ସହ ଥାନାକୁ ଆଣି ପଚରା ଉଚୁରା କରୁଥିବା ଖବର ମିଳିଛି। ପୁଲିସ୍ ର ବରିଷ୍ଠ ଅଧିକାରୀ ମାନେ କୌଣସି ପ୍ରତିକ୍ରିୟା ଦେବାକୁ ଅମଙ୍ଗ ହୋଇଛନ୍ତି।