ବ୍ରହ୍ମପୁର:୧୮/୯(ଶ୍ରୀକାନ୍ତ କୁମାର ବେହେରା):ଗୋଷାଣୀ ନୂଆଁ ଗାଁ ସ୍ଥିତ ସାମନ୍ତରାୟ ଏକାଡେମୀ ପକ୍ଷରୁ ସଫଳ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଚଳିତ ଥର ଏକାଡେମୀର ଜିଲ୍ଲା ସମେତ ବାହାର ଜିଲ୍ଲାର ବହୁ ବିଦ୍ୟାର୍ଥି ଅନୁଷ୍ଠାନ ପାଇଁ ସଫଳତା ହାସଲ କରିଛନ୍ତି l ଚଳିତ ଥର ଏକାଡେମୀର ୨୩ ଜଣ ନୌସେନା ଏବଂ ୨୬ ଅର୍ଦ୍ଧସାମରିକ ବାହିନୀରେ ମନୋନୀତି ହୋଇଛନ୍ତି ନିକଟରେ ପ୍ରକାଶ ପାଇଥିବା ନୌସେନା ଓ ଅର୍ଦ୍ଧ ସାମରିକ ବାହିନୀ ନିଯୁକ୍ତି ତାଲିକାରେ ଏକାଡେମୀର ୪୯ ଜଣ ଛାତ୍ରଛାତ୍ରୀଙ୍କ ଚୟନ ହୋଇଛି । ପରୀକ୍ଷାର୍ଥୀମାନେ ଲିଖିତ , ଶାରୀରିକ ଏବଂ ମେଡିକାଲ ପରୀକ୍ଷାରେ ସଫଳ ହୋଇଛନ୍ତି । ଆୟଜିତ ସମ୍ଭର୍ଦ୍ଧନା ସଭାରେ ସଫଳ ଛାତ୍ର ଛାତ୍ରୀଙ୍କ ସହ ଅଭିଭାବକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଭାରେ ଏକାଡେମୀର ପ୍ରତିଷ୍ଠାତା ଡଃ.ଲଲିତ ମୋହନ ସାମନ୍ତରାୟ ସମେତ ଏକାଡେମୀ ର ନିର୍ଦେଶକ ଦେବେଶ ସାମନ୍ତରାୟ, ସାମନ୍ତରାୟ ଛାତ୍ର ଛାତ୍ରୀଙ୍କୁ କର୍ତ୍ତବ୍ୟ ପରାୟଣତାର ମନ୍ତ୍ର ଦେଇଥିଲେ । l ଆୟୋଜିତ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମରେ ଅନୁଷ୍ଠାନର ଆଡଦ୍ଭାଇଯର ଗୋକୁଳାନନ୍ଦ ସମେତ ଶିକ୍ଷକ ଓ କର୍ମଚାରୀଙ୍କ ସହ ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ l