ଠାକୁରଗଡ଼,୧୮/୦୯(ବୁଲୁ ଦଳେଇ): ଆଠମଲ୍ଲିକ ବିଧାନ ସଭା କ୍ଷେତ୍ର ର ଷୋଳ ପଦା ଅଂଚଳ ର ବରିଷ୍ଠ ବିଜେଡ଼ି ନେତା ତଥା ଠାକୁରଗଡ଼ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଚାରୁଲତା ମିଶ୍ର ଙ୍କ ସ୍ବାମୀ ବିନୋଦ କୁମାର ମିଶ୍ର ଙ୍କ ୬୨ ବର୍ଷ ବୟସ ରେ ଅନୁଗୁଳ ର ଏକ ଘରୋଇ ହସ୍ପିଟାଲରେ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ଏ ଅଞ୍ଚଳରେ ଜଣେ ଜଣା ଶୁଣା ପରୋପ କାରି ବ୍ୟକ୍ତି ରୂପେ ପରିଚିତ ଥିଲେ। ହୃଦ୍ ଘତ ଜନିତ କାରଣ ରୁ ତାଙ୍କର ମୃତ୍ୟୁ ଘଟି ଥିବା ପରିବାର ପକ୍ଷରୁ କୁହାଯାଇଛି। ମିଶ୍ର ଙ୍କ ମର ଶରୀର ଠାକୁରଗଡ଼ ରେ ପହଞ୍ଚିବା ପରେ ଏକ ବିରାଟ ଶୋଭା ଯାତ୍ରାରେ ନାକିଚି ଛକ ଠାରୁ ଗ୍ରାମ ପରିକ୍ରମା କରି ତାଙ୍କ ନିଜ ବାସ ଭବନ ଠାରେ ପହଞ୍ଚିବା ପରେ ତାଙ୍କ ସମର୍ଥକ ଓ ଶୁଭ ଚିନ୍ତକ ମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବହୁ ବିଶିଷ୍ଟ ବିଜେଡ଼ି ନେତା ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇ ଥିଲେ। ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବବିତା ପ୍ରଧାନ, ବିଜେଡ଼ି ନେତା ନଳିନୀ କାନ୍ତ ପ୍ରଧାନ, ସମାଜସେବୀ ଅର୍ଜୁନ ସାହୁ, ମହେନ୍ଦ୍ର ସାହୁ, ସରପଞ୍ଚ କୈଳାଶ ସାହୁ, ନିରୋଜ କୁମାର ସାହୁ, ସସ୍ମିତା ସେଠୀ, ସସ୍ମିତା ବେହେରା, ପୂର୍ବତନ ସରପଞ୍ଚ ମହେଶ୍ୱର ଦେହୁରୀ, ସମିତି ସଭ୍ୟ ମନୋଜ ସାହୁ, ମନୋଜ ରାଉତ୍, ପବିତ୍ର ସାହୁ ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ ଶେଷ ଦର୍ଶନ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ ଚାରୁଲତା, ପୁଅ ସୌରଭ, ଏକମାତ୍ର କନ୍ୟା, ସାନଭାଇ କୁମୁଦ ଉପସ୍ଥିତ ଥିଲେ। ଶେଷରେ ପୈତୃକ ଗ୍ରାମ ଧଣ୍ଡା ତୋପା ରେ ତାଙ୍କର ଅନ୍ତିମ ସଂସ୍କାର କରା ଯାଇଥିଲା।