ଆସିକା ଲୋକସଭା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ କବିସୂର୍ଯ୍ୟନଗର ରେ କଂଗ୍ରେସ ର ଶକ୍ତି ପଦର୍ଶନ

କବିସୂର୍ଯ୍ୟନଗର:୧୧/୯(ସୁନିଲ କୁମାର ବେହେରା):ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯନଗର ସହର ଧନେଇ ନଦୀ ନିକଟରୁ ଗଞ୍ଜାମ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ଜେନା ଓ ଗଞ୍ଜାମ ଜିଲ୍ଲା ଓବିସି ସଭାପତି ଅମୀର କୁମାର ଭୂୟାଁ ଙ୍କୁ କବିସୂର୍ଯ୍ୟନଗର ନିର୍ଵାଚନ ମଣ୍ଡଳୀ ଯୁବ ଛାତ୍ର କଂଗ୍ରେସ ପକ୍ଷରୁ ଏକ ବିଶାଳ ବାଇକ ରାଲୀରେ ଗୁଡିଆଳି ଛକ କଲ୍ୟାଣ ମଣ୍ଡପ କୁ ପାଛୋଟି ଆଣିଥିଲେ କଂଗ୍ରେସ କର୍ମୀ। ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା ନିଜ ବକ୍ତବ୍ୟ ରେ କହିଛନ୍ତି ରାଜ୍ୟରେ ନବୀନ ସରକାର ଓ କେନ୍ଦ୍ର ରେ ମୋଦି ସରକାର ସାଧାରଣ ଜନତା ଙ୍କୁ ନାଟକୀୟ ଢଙ୍ଗରେ ବୋକା ବନେଇ ମିଥ୍ୟା ପ୍ରତିଶ୍ରୁତି ଦେଇ ନିର୍ବାଚନ ପାର ହୋଇଥାନ୍ତି ।ଯାହାକୁ ନେଇ ଆଜି ରାଜ୍ୟ ରେ ନବୀନ ସରକାର ଙ୍କ ଜନ ମାରଣା ନୀତି ଅବଲମ୍ବନ କରିବା ସହ ଜଣେ ପ୍ରଶାସନିକ ଅଧିକାରୀ ଙ୍କ ଦ୍ଵାରା ପରିଚାଳିତ ହେଉଛି ରାଜ୍ୟ ଯାହାକୁ ନେଇ ଏବେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା,ଅନ୍ୟପଟେ ବିଜେଡି ଓ ବିଜେପି ନିଜ ନିଜ ଭିତରେ ସଲାସୁତୁରା ହୋଇ ରାଜନୀତି କରୁଛନ୍ତି କହି ଉଭୟ ସରକାରଙ୍କ ଉପରେ ବର୍ଷିଥିଲେ ।

ଏଥିସହ 2024 ସାଧାରଣ ନିର୍ବାଚନ ରେ କଂଗ୍ରେସ କିଭଳି ଭାବେ ଗଂଜାମ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସଫଳତା ହୋଇପାରିବ ସେ ନେଇ ସମସ୍ତଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ଓ ବି ସି ସଭାପତି ତଥା ଜିଲ୍ଲା ସଂଯୋଜକ ଗ୍ରୀଭାନ୍ସ ମୁଖ୍ୟ ଅମୀର କୁମାର ଭୂୟାଁ ଅଵକୀ ବାର କଂଗ୍ରେସ ସରକାର ନାରା ଦେଇ ଆଗାମୀ ୨୦୨୪ ନିର୍ବାଚନ ରେ ଯୁବ ପିଡ଼ି ଙ୍କୁ କଂଗ୍ରେସ ଦଳ ପକ୍ଷରୁ ଅଗ୍ରାଧିକାର ଦିଆଯିବ ନେଇ କହିଥିଲେ ।ଆଜିର ଏହି ସମ୍ମିଳନୀ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସଂଜୟ କୁମାର ମଣ୍ଡଳଙ୍କ ନେତୃତ୍ଵରେ ହୋଇଥିବା ବେଳେ ବରିଷ୍ଠ କଂଗ୍ରେସ ବିଜୟ ସାହୁ , କବିସୂର୍ଯ୍ୟନଗର ବ୍ଲକ ସଭାପତି ଶରତ କୁମାର ଦାଶ , ପୁରୁଷୋତ୍ତମପୁର ନଗର କଂଗ୍ରେସ ସଭାପତି ମନୋରଂଜନ ଦାଶ , କବିସୂର୍ଯ୍ୟନଗର ନଗର ସଭାପତି ବସନ୍ତ ଗୌଡ , ବେଗୁନିଅ ପଡା ବ୍ଲକ ସଭାପତି ବୁଲା ଜେନା , କବିସୂଯ୍ୟନଗର ବ୍ଲକ ଉପ ସଭାପତି ସୁବାଷ ଜେନା , କବିସୂର୍ଯ୍ୟନଗର ବ୍ଲକ କଂଗ୍ରେସ ସମ୍ପାଦକ ଧରଣି ଧର ବେହେରା , ବରିଷ୍ଠ କଂଗ୍ରେସ ନେତା ଶ୍ରୀନିବାସ ପ୍ରଧାନ ଓ ବରିଷ୍ଠ କଂଗ୍ରେସ ନେତା ପ୍ରାଣ ନାଥ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଯୋଗ ଦେଇଥିଲେ ।