ଷୋଳପଦା +୩ ମହାବିଦ୍ୟାଳୟ ଠାରେ ଅଗ୍ନିବୀର କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଆଠମଲ୍ଲିକ,(ବୁଲୁ ଦଳେଇ) : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଷୋଳପଦା +୩ ମହାବିଦ୍ୟାଳୟ ଠାରେ ମହାବିଦ୍ୟାଳୟ ର ଅଧକ୍ଷା ପ୍ରତିମା ବାଘ ଙ୍କ ଅଧ୍ୟକ୍ଷତାରେ ଅଗ୍ନିବୀର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଆର୍ମି ର ରିକୁଟିଙ୍ଗି ସମ୍ବଲପୁର ଟିମି ର ଜୁନିୟର କମିଶନେଟ ଅଫିସର ସାଫତୁଲା ମୂଖ୍ୟ ଅତିଥି ଭାବେ ଓ ରିକୁଟିଙ୍ଗୀ ଷ୍ଟାପ ନନ କମିଶନେଟ ଅଫିସର ପଙ୍କଜ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଅଗ୍ନିବୀର କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କୁ କିପରି ଭାବେ ଆର୍ମି ରେ ନିଜେ ସେମାନେ ଚାକିରି ପାଇ ପାରିବେ ସେ ବିଷୟରେ ବିଷଦ ଭାବେ ଆଲୋକପାତ କରିଥିଲେ । ସରକାର +୨ ପରେ ବା+୩ ପଢ଼ିବା ପରେ ବି ଚାକିରି ପାଇ ପାରିବେ ତା ଉପରେ ଅବଗତ କରାଇଥିଲେ । ଏହାଛଡା ଦେଶ ପ୍ରେମ ସଙ୍ଗୀତ ସହ ପୋଗ୍ରାମ ଟି ଶାନ୍ତି ଶୃଙ୍ଖଳା ରେ ଚାଲିଥିଲା। ଆଗ୍ରହୀ ଛାତ୍ରଛାତ୍ରୀ ଙ୍କ ର ଉଚ୍ଚତା ଓ ସ୍ୱାସ୍ଥ୍ୟ ଗତ ଦେଖି ସେମାନେ ଏହି ଚାକିରି ପାଇ ପାରିବେ ବୋଲି ଗୁରୁତ୍ଵ ପୂର୍ଣ୍ଣ ସହକାରେ ଉତ୍ସାହିତ କରିଥିଲେ । ଅଧକ୍ଷା ପ୍ରତିମା ବାଘ, ରାଜନୀତି ବିଜ୍ଞାନ ର ଅଧ୍ୟାପକ ସରୋଜ କୁମାର ଦାସ, ଓଡ଼ିଆ ଅଧ୍ୟାପିକା କଲ୍ୟାଣୀ ରୂପା ମିଶ୍ର, ରତ୍ନାକର ସାହୁ, ସପ୍ନେଶ୍ୱର୍ ପ୍ରଧାନ, ମନୋରଞ୍ଜନ ବାରିକି, ସମେତ ମହାବିଦ୍ୟାଳୟର କର୍ମଚାରୀ ମାନେ ଏହି କାର୍ଯ୍ୟ କ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।