ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡଖମାର ନିୟନ୍ତ୍ରିତ ବଜାର କମିଟି ପରିସରରେ କୃଷି ବିଭାଗ ପକ୍ଷରୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଯୋଜନା ନେଇ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା,ବୀରମହାରାଜପୁର ଜୋନ-୧ର ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ ଓ ବ୍ଲକ କୃଷକ ଉପଦେଷ୍ଟା କମିଟି ସଭାପତି ବିବସ୍ପତୀ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ବଳ ବ୍ୟକ୍ତି ଭାବେ ଜିଲ୍ଲା କୃଷି ବିଭାଗର ସ୍କିମ୍ ଅଧିକାରୀ ସ୍ଵସ୍ତିକ ହୋତା ଓ ଶୁଭଲକ୍ଷ୍ମୀ ସାହୁ ତଥା ସହକାରୀ କୃଷି ଅଧିକାରୀ ଯଶୋବନ୍ତ ପ୍ରଧାନ, ବ୍ଲକ କୃଷି ଅଧିକାରୀ ମକରଧ୍ଵଜ ପଟେଲ, ଜିଲ୍ଲା ମୃତ୍ତିକା ପରୀକ୍ଷାଗାରର ବୈଷୟିକ ସହାୟକ ଅମରେଶ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ । କୃଷି ବିଭାଗର କର୍ମଚାରୀମାନେ ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷାର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ସହକାରୀ ବୈଷୟିକ ପରିଚାଳକ ମୀନକେତନ ମହାକୁର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଟିଏମ ଜିତେନ୍ଦ୍ର ମେହେର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ବିଭାଗର ଜିଲ୍ଲା ସଂଯୋଜକ ବିଶ୍ଵଜିତ ପରିଡ଼ା, ବ୍ଲକ ସଂଯୋଜକ ଶାନ୍ତନୁ ମେହେର, ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ମନୋଜ ବାଘ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ତଥା କୃଷକମାନେ ଉପସ୍ଥିତ ଥିଲେ । ଗ୍ରାମ୍ୟ କୃଷି ସେବକ ମନୋଜ ଅମାତ ଧନ୍ୟବାଦ ଅର୍ପଣ କରିଥିଲେ।