ତିନି ଦଫା ଦାବି ପୂରଣ ନିମନ୍ତେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ବି.ଇ.ଓ ଅଫିସ୍ ସମ୍ମୁଖରେ ଗଣ ଧାରଣା।

ଜୟପାଟଣା,୦୮/୯,(ମଳୟ କୁମାର ସାହୁ):-ରାଜ୍ୟ ଶୀର୍ଷ ନେତୃତ୍ବଙ୍କ ନିଷ୍ପତ୍ତି କ୍ରମେ ଆଦ୍ୟ ତା ୦୮.୦୯.୨୦୨୩ ରିଖ ଜୟପାଟଣା ବ୍ଲକ ର କନିଷ୍ଠ ଶିକ୍ଷକ, EX cader,NPS,OPS ଏବଂ କଳା ଓ କ୍ରୀଡ଼ା ଶିକ୍ଷକ ତଥା ଗଣଶିକ୍ଷକ ମାନଙ୍କୁ ନେଇ ସ୍ଥାନୀୟ B.E.O ଅଫିସ୍ ସମ୍ମୁଖରେ ଏକ ଗଣଧାରଣାର ଆୟୋଜନ କରାଯାଇଥିଲା। ଏହି ଗଣଧାରଣା, ଶିକ୍ଷକ /ଶିକ୍ଷୟିତ୍ରୀ ଙ୍କ ବିଭିନ୍ନ ସମସ୍ୟା ଯଥା ପ୍ରଥମ ଦାବି ପ୍ରାଥମିକ ଶିକ୍ଷା କ୍ଷେତ୍ରରୁ ଠିକା ବ୍ୟବସ୍ଥା ଉଚ୍ଛେଦ, EX Cader ଶିକ୍ଷକ ମାନଙ୍କୁ କ୍ୟାଡ଼ର ଭୂକ୍ତ କରିବା, ଓ କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ କରିବା, ଦ୍ବିତୀୟ ଦାବି ଅବିକଳ କେନ୍ଦ୍ରୀୟ ହାରରେ ଦରମା, ତୃତୀୟ ଦାବି ନୂତନ ପେନସନ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ।

https://biplabnews.com/wp-content/uploads/2023/09/VID-20230908-WA0012.mp4

ଏହି ତିନିଦଫା ଦାବିକୁ ନେଇ ବ୍ଲକର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ B.E.O ଅଫିସ୍ ସମ୍ମୁଖରେ ଧାରଣାରେ ବସିଥିଲେ। ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା ବ୍ଲକର ସଭାପତି ଶ୍ରଯୁକ୍ତ ବିଜୟ କୁମାର ଯୋଶୀ ଏବଂ ସମ୍ପାଦକ ଶ୍ରୀଯୁକ୍ତ ଲଳିତ କୁମାର ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଧାରଣା କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବ୍ଲକ କ୍ରୀଡ଼ା ଓ କଳା ଶିକ୍ଷକ ସଙ୍ଘର ସଭାପତି ଶ୍ରୀଯୁକ୍ତ ଅମିୟ କୁମାର ପଟ୍ଟନାୟକ ତଥା ବରିଷ୍ଠ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ସୁରେଶ କୁମାର ପଣ୍ଡା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ଠାକୁର, ଶ୍ରୀଯୁକ୍ତ ଅଶୋକ କୁମାର ମୁଣ୍ଡ୍ ଶ୍ରୀଯୁକ୍ତ ଗୋବର୍ଦ୍ଧନ ବିଶ୍ବାଳ, ଶ୍ରୀଯୁକ୍ତ ରମାକାନ୍ତ ମାଝୀ,ଶ୍ରୀଯୁକ୍ତ ମାନସ ରଞ୍ଜନ ପଣ୍ଡା ,ଶ୍ରୀଯୁକ୍ତ ଅନନ୍ତ ନାରାୟଣ ପଣ୍ଡା,, ଶ୍ରୀମତୀ ରଶ୍ମିତା ବେହେରା,ଶ୍ରୀଯୁକ୍ତ ଦେବେନ୍ଦ୍ର ରାଉତ,ଶ୍ରୀଯୁକ୍ତ କ୍ଷମସାଗର ରାଉତ,ଶ୍ରୀଯୁକ୍ତ ସିଦ୍ଧାର୍ଥ କୁମାର ମିଶ୍ର,ଙ୍କ ସମେତ ବ୍ଲକ୍ ର ଶତାଧିକ ଶିକ୍ଷକ/ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।